ଆଗାମୀ ଦିନରେ ଏଥିପାଇଁ ଟେଣ୍ତର ଆହ୍ବାନ କରାଯିବ । ଟେଣ୍ତର ଆହ୍ବାନ ପରେ କେଉଁ ପ୍ରକଳ୍ପରେ କେତେ ଖର୍ଚ୍ଚ ହେବ ତାର ହିସାବ ଜଣା ପଡ଼ିବ । ରେଳ ଷ୍ଟେସନଗୁଡ଼ିକର ବିକାଶ ପାଇଁ 2 ରୁ 3.5 ବର୍ଷ ଯାଏଁ ସମୟସୀମା ଧାର୍ଯ୍ୟ କରା ଯାଇଛି । ଷ୍ଟେସନଗୁଡ଼ିକ ପାଖରେ ଯେପରି ଟ୍ରାଫିକ ସମସ୍ୟା ନ ଉପୁଜେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।ଟ୍ରାଫିତ ସମସ୍ୟା ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ରେଳ ଷ୍ଟେସନଗୁଡ଼ିକରେ ରୁଫ୍ ଟଫ୍ ପ୍ଲାଜା, ପ୍ରତୀକ୍ଷା ସ୍ଥଳ ସହ ଏଣ୍ଟରଟେନମେଣ୍ଟ ଲାଉଞ୍ଜ ତଥା ମନୋରଞ୍ଜନର ସମସ୍ତ ପ୍ରକାର ସୁବିଧା ରହିବ । ଏହା ସହ କ୍ଷୁଦ୍ର ବ୍ୟବସାୟ ମାଲିକଙ୍କର ସ୍ବାର୍ଥକୁ ସର୍ବୋପରି ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ । ଷ୍ଟେସନ ଗୁଡ଼ିକର ଯେପରି ଐତିହ୍ୟ ନଷ୍ଟ ନହୁଏ ସେପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।ସରକାରୀ ଓ ଘରୋଇ ସହଭାଗୀତା (ପିପିପି ମୋଡ଼) ଭିତ୍ତିରେ ଷ୍ଟେସନର ବିକାଶ ପାଇଁ ସରକାର ଆଉ ଅପେକ୍ଷା କରିବେ ନାହିଁ ।
ଇଞ୍ଜିନିୟରିଂ ପ୍ରକ୍ୟେରମେଣ୍ଟ କନଷ୍ଟ୍ରକ୍ସନ ମୋଡରେ ପ୍ରକଳ୍ପର ଟେଣ୍ତର ଜାରି କରାଯିବ । ପିପିପିର ବିଲ୍ଟ ଅପରେଟର ଟ୍ରାନ୍ସଫର ମୋଡରେ ଛତ୍ରପତି ଶିବାଜୀ ଟର୍ମିନସର ବିକାଶ ଲାଗି ପୂର୍ବରୁ ମନ୍ତ୍ରଣାଳୟ ଟେଣ୍ତର ଜାରି କରିଥିଲା । କିନ୍ତୁ ବର୍ତ୍ତମାନ ନୂଆ ନିଷ୍ପତ୍ତି ଆସିଛି । ଷ୍ଟେନସର ପୁନଃ ବିକାଶ କର୍ପୋରେସନକୁ ସରକାର ଉଚ୍ଛେଦ କରିବା ପରେ ଟେଣ୍ତର କାର୍ଯ୍ୟକାରୀ ହୋଇପାରି ନାହିଁ ।
ଏହି ପ୍ରକଳ୍ପ ଦୌଡ଼ରେ ଆଦାନୀ ରେଲୱେ, ଗୋଦରେଜ ପ୍ରପର୍ଟିଜ ସହ ଓବରୟ ଭଳି କମ୍ପାନୀ ରହିଛନ୍ତି । ମୋଟ ଉପରେ 6 ଲକ୍ଷ କୋଟି ଟଙ୍କାର ଜାତୀୟ ମୁଦ୍ରୀକରଣ ପାଇପଲାଇନ ଯୋଜନା ମଧ୍ୟରେ ରେଲୱେ ଦ୍ବତୀୟ ସର୍ବାଧିକ ଯୋଗଦାନକାରୀ ହେବ ବୋଲି କୁହାଯାଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।