ସୂଚନାନୁସାରେ, ରବିବାର ରାମ ନବମୀ ଅବସରରେ ରୋପୱେରେ ବୁଲିବା ନିମନ୍ତେ ତ୍ରିକୁଟରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଏହି ସମୟରେ ପାହାଡ଼ ଶିଖରରେ ଥିବା ରୋପୱେରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ସବୁଠୁ ଉପରେ ଥିବା ଟ୍ରଲି ୪୦ ଫୁଟ ତଳେ କଚାଡ଼ି ହୋଇଥିଲା। ସେହି ସମୟରେ ଉକ୍ତ ଟ୍ରଲିରେ ୫ ଜଣ ଥିବା ବେଳେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ରୋପୱେ କର୍ମୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।
ଏହି ଦୁର୍ଘଟଣା ସମୟରେ ଟ୍ରଲିଗୁଡ଼ିକରେ ପ୍ରାୟ ଶତାଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ୪୮ ଜଣ ମଝି ଆକାଶରେ ଫସି ରହିଛନ୍ତି । ସେମାନଙ୍କ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏଥିରେ ଭାରତୀୟ ବାୟୁସେନା, ଆଇଟିବିପି, ଏନଡିଆରଏଫ ଟିମ୍ ମିଳିତ ଭାବେ ପ୍ରୟାସ କରୁଛନ୍ତି।
ଆହୁରି ଅଧିକ ଜାତୀୟ ଖବର ପଢନ୍ତୁ...