ମହାଲେଖାଗାରଙ୍କ ତଥ୍ୟ ଅନୁଯାୟୀ ଅର୍ଥ ବିଭାଗ ଋଣ ଏବଂ ପ୍ରଶାସନିକ ସାଧାରଣ ସେବା ଏବଂ ଅନ୍ୟାନ୍ୟ ଋଣ ଖାତାରେ ପ୍ରାୟ ୩୫୦୦କୋଟି ଟଙ୍କାର ହିସାବରେ ସ୍ବଚ୍ଛତା ନାହିଁ । ସେହିପରି ପଞ୍ଚାୟତିରାଜ ବିଭାଗରେ ୧୩ଟି ଆକାଉଣ୍ଟରେ ୫୦୦କୋଟି, ଶକ୍ତି ବିଭାଗରେ ୪୦୦କୋଟି, କୃଷି ବିଭାଗରେ ୨୦୦ କୋଟି ଓ ସମବାୟ ବିଭାଗରେ ସର୍ବାଧିକ ୧୩ଟି ଖାତାରେ ୧୭୦କୋଟିର ହିସାବରେ ବି ଗଡବଡ ରହିଥିବା ଦର୍ଶାଇଛନ୍ତି ସିଏଜି । ଏହାବାଦ୍ ଶିଳ୍ପ ବିଭାଗ ଓ ଏମଏସଏମଇରେ ଥିବା ୬ଟି ଆକାଉଣ୍ଟରେ ପ୍ରାୟ ୬୦କୋଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୦କୋଟି, ହସ୍ତତନ୍ତ ଓ ବୟନଶିଳ୍ପରେ ୭କୋଟି, ଜଙ୍ଗଲ ଓ ପରିବେଶ ବିଭାଗରେ ୬କୋଟି, ଦକ୍ଷତା ବିକାଶରେ ୩ କୋଟି, ଖାଦ୍ୟ ଯୋଗାଣରେ ୨କୋଟିରୁ ଊର୍ଦ୍ଧ୍ବ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ପ୍ରାୟ ୨କୋଟି, ମିଶନ ଶକ୍ତି ବିଭାଗରେ ପ୍ରାୟ ୨କୋଟି ଟଙ୍କାର ହିସାବରେ ନାହିଁ ସ୍ବଚ୍ଛତା । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ।
ତେବେ ଏହି ଚିଠିରେ ସିଏଜି ରାଜ୍ୟ ଅର୍ଥ ବିଭାଗକୁ ପରାମର୍ଶ ଦେଇ କହିଛନ୍ତି ଯେ, ଯଦି ସରକାର କୌଣସି ଉଦ୍ୟୋଗରେ ପୁଞ୍ଜି ନିବେଶ କରି ନାହାନ୍ତି କିମ୍ବା ଋଣ ନେଇ ନାହାନ୍ତି କି ଅଗ୍ରୀମ ଦେଇ ନାହାନ୍ତି ତେବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରନ୍ତୁ । ଏହା କେବଳ ଯେ ଆର୍ଥିକ ପରିଚାଳନା ପାଇଁ ସୁହାଇବ ତାହା ନୁହେଁ ବରଂ ସରକାରଙ୍କ ଋଣ ଓ ଅଗ୍ରୀମର ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଦର୍ଶାଇଛନ୍ତି ସିଏଜି ।