ଅର୍ଗସ ବ୍ୟୁରୋ : ବଲିଉଡର ବର୍ଷିଆନ୍ ଅଭିନେତା ପରେଶ ରାଓ୍ୱଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତାଙ୍କୁ କୋଲକାତା ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ହାଇକୋର୍ଟ ବିଚାରପତି ମନ୍ଥା ଏହି ମାମଲାର ଶୁଣାଣି କରି କହିଛନ୍ତି, ପରେଶ ରାଓ୍ୱଲ ଟ୍ୱିଟ୍ ଜରିଆରେ କ୍ଷମା ମାଗିଛନ୍ତି । ତେଣୁ କୋର୍ଟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିଦେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ଯାଞ୍ଚ ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯାଇଛି ।
ବଙ୍ଗୀୟମାନଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ଆଧାର କରି ତାଙ୍କ ବିରୋଧରେ କୋଲକାତା ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ଏବେ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି । ତେବେ କୋଲକାତାର ତଲତଲା ଥାନରେ ହାଜର ହେବାକୁ ପରେଶ ମନା କରିଦେଇଥିଲେ। ଏହାପରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି ଆଜି କୋର୍ଟ କରିଛନ୍ତି।