ସୁନ୍ଦର ସ୍ୱାସ୍ଥ୍ୟ ଓ ୟ୍ୟଙ୍ଗ ଦିଶିବା ପାଇଁ ସୁବୁବେଳେ ପ୍ରୟାସ ବ୍ରାୟନ। ସକାଳ ୧୧ଟା ରେ ଡିନର କରିବା ସହ ୧୧ଟା ପରେ ଆଉ କିଛି ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ୧୧ଟାରେ ତାଙ୍କର ଗୋଟିଏ ଦିନର ଶେଷ ଖାଦ୍ୟ ଗ୍ରହଣ କରିଥାନ୍ତି। ବ୍ରାୟନଙ୍କର ଏକ ଟ୍ୱିଟ୍ରେ ଜଣେ ୟୁଜର୍ସ ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ରାତ୍ରୀ ଭୋଜନ ସକାଳ ୧୧ରେ ଖାଆନ୍ତି। ଆପଣ ବୋଧେ ଭୁଲ୍ରେ ଲେଖି ଦେଇଛନ୍ତି। ଏହାର ଉତ୍ତର ରେ ବ୍ରାୟନ କହିଥିଲେ ମୋର ଦିନର ଶେଷ ଖାଦ୍ୟ ୧୧ଟାରେ ଖାଇଥାଏ। ଏହା ପୁଣି ସକାଳ ୬ଟାରୁ ୧୧ ମଧ୍ୟରେ ମୋତେ ଖାଇବାକୁ ପଡିଥାଏ।
ବଢୁଥିବା ବୟସକୁ କମ୍ କରିବାରେ ଲାଗିଛନ୍ତି ବ୍ରାୟନ। ଏଥିପାଇଁ ବ୍ରାୟନଙ୍କୁ ସାରା ବିଶ୍ୱ ଜାଣିଛି। ଯଦି ଏପରି କରି ବ୍ରାୟନ ତାଙ୍କ ଉଦ୍ଦେଶ୍ୟରେ ସଫଳ ହୁଅନ୍ତି ତେବେ ସାଇନ୍ସରେ ଏହା ଏକ ଚମତ୍କାର ସଦୃଶ୍ୟ ହେବ। ବ୍ରାୟନଙ୍କ ବର୍ତ୍ତମାନ ବୟସ ୪୫ ବର୍ଷ। ଶାରୀରିକ ସ୍ତରରେ ବୟସ କମାଇବା ପାଇଁ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି ବୋଲି କହିଛନ୍ତି ବ୍ରାୟନ। ଏହି ପ୍ରୋଜେକ୍ଟ ମାଧ୍ୟମରେ ତାଙ୍କ ବର୍ତ୍ତମାନ ବୟସରୁ ୫ ବର୍ଷ ଏକ ମାସ କମ୍ କରିସାରିଛନ୍ତି। ଏହି ପ୍ରୋଜେକ୍ଟର ନାଁ ପ୍ରୋଜେକ୍ଟ 'ବ୍ଲୁ ପ୍ରିଣ୍ଟ' ଦିଆଯାଇଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ପ୍ରୋଜେକ୍ଟରେ ତାଙ୍କ ସହିତ ୩୦ ଡାକ୍ତର ଏବଂ ବିଶେଷଜ୍ଞ କାମ କରୁଛନ୍ତି। ଏମାନଙ୍କ ଧ୍ୟାନ କେବଳ ବ୍ରାୟନ ଙ୍କ ଶୀରରର ପରିବର୍ତ୍ତନ ଉପରେ ରହିଛି। ପ୍ରୋଜେକ୍ଟ ଅନୁସାରେ କଡା ରୁଟିନ୍ କୁ ଫଲୋ କରିବାକୁ ପଡିଥାଏ। ଇଚ୍ଛା ଥିଲେ ମଧ୍ୟ ମାଂସାହାରୀ ଖାଦ୍ୟ ଖାଇପାରିବେ ନାହିଁ। ତାଙ୍କୁ ୧୯୭୭ କ୍ୟାଲୋରୀ ନେବାକୁ ପଡିଥାଏ। ଏକ ଘଣ୍ଟା ଓ୍ୱାର୍କ ଆଉଟ୍ କରିବା ସହ ପ୍ରତ୍ୟେହ ଗୋଟିଏ ସମୟରେ ସୋଇବା ସ୍ଥିର ହୋଇଥାଏ।
ଅଧିକ ପଢନ୍ତୁ ବିଦେଶ ଖବର