ପାଠକଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ, ଲାଲୁ ଯାଦବଙ୍କ ଭଳି ତାଙ୍କ ପତ୍ନୀ ମଧ୍ୟ ଘୋଟାଲ କରିବାରେ ଓସ୍ତାଦ। ଯେଉଁଥିପାଇଁ ଏ ପତିପତ୍ନୀ ଦୁହିଁଙ୍କ ଗୋଡରେ ସିବିଆଇ ଦଉଡି ବେଳେ ବେଳେ ବନ୍ଧାହୁଏ। ଲାଲୁଙ୍କ ଚାରା ଦୁର୍ନୀତି ଭଳି ରାବରୀ ଏବେ IRCTC ଦୁର୍ନୀତିରେ ଫଶିଛନ୍ତି। ରେଳବାଇରେ ଚାକିରି ଦେବାକୁ କହି ରାବେରୀ କୁଆଡେ ଲାଞ୍ଚ ନେଉଥିଲେ। ତାହା ପୁଣି ଅର୍ଥ ଆକାରର ନୁହେଁ ଜମି ଆକାରରେ। କଥା ପ୍ରଘଟ ହୋଇଯିବା ପରେ ଖୋଳତାଡ ଆରମ୍ଭ କରିଛି ସିବିଆଇ।
ଘଟଣା ଏବେକାର ନୁହେଁ। ଏହା ହେଉଛି ୧୪ ବର୍ଷ ତଳର ଘଟଣା। ଯେବେ ଲାଲୁ ଯାଦବ ରେଳମନ୍ତ୍ରୀ ଥିଲେ। ଏହା ୨୦୦୪-୨୦୦୯ ମସିହାର କଥା। ପତ୍ନୀ ରାବେରୀଙ୍କ ମାଧ୍ୟମରେ ଲାଲୁ ଲୋକଙ୍କୁ ରେଳବାଇରେ ଚାକିରି ଦେବାକୁ କହି ବଦଳରେ ଜମି ଲାଞ୍ଚ ଆକାରରେ ନେଇଥିଲେ। ୨୦୦୯ ମେ ୧୮ ତାରିଖରେ ଏ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲା ସିବିଆଇ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ କହିଥିଲା, ଯେ ଏହି ଘଟଣାରେ ପ୍ରଥମେ ଆଶାୟୀମାନଙ୍କୁ ରେଳବାଇର ଗ୍ରୁପ ଡି ଚାରିରେ ସହକାରୀ ଭାବେ ଅସ୍ଥାୟୀ ଚାକିରି ଦିଆଯାଉଥିଲା। ପରବର୍ତ୍ତି ସମୟରେ ଜମି ନେଣଦେଣ ପରେ ସେମାନଙ୍କ ଚାକରିକୁ ରେଗୁଲାର କରାଯାଉଥିଲା।
ଆଜି ଲାଲୁଙ୍କ ଘରେ ସିବିଆଇ ପହଞ୍ଚି ପତ୍ନୀ ରାବଡ଼ୀ ଦେବୀଙ୍କୁ ଜେରା କରିଛି। ଜେରା ପୂର୍ବରୁ ୧୨ ଜଣିଆ ସିବିଆଇ ଟିମ୍ ରାବଡ଼ୀ ଦେବୀଙ୍କ ବାସଭବନରେ ପହଞ୍ଚି ଛାନଭିନ୍ କରିଥିଲା। ଏହି ମାମଲାରେ ଦିଲ୍ଲୀର ରାଉଜ୍ ଆଭିନ୍ୟୁ କୋର୍ଟ ୧୫ ତାରିଖରେ ଲାଲୁ, ରାବଡ଼ୀ, ଝିଅ ମିସାଙ୍କ ସହ ୧୪ ଜଣଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।