୯୯.୧୩ ପ୍ରତିଶତ ଛାତ୍ର ପାସ କରିଥିବାବେଳେ ୯୯.୬୭% ଛାତ୍ରୀ ପାସ କରିଛନ୍ତି । ୭୦,୦୦୪ ଜଣ ପିଲା ୯୫ ପ୍ରତିଶରୁ ଅଧିକ ନମ୍ବର ରଖିଛନ୍ତି ।
କରୋନା ପାଇଁ ପରୀକ୍ଷା ବାତିଲ ହୋଇଥିଲା । ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି ।
୧୦ମ ଶ୍ରେଣୀ ଥିଓରୀରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ପ୍ରାପ୍ତ ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ର ଛାତ୍ରୀଙ୍କୁ ମାର୍କ ଦିଆଯାଇଛି । cbseresult.nic.inଓ cbse.gov.in ରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।