ଆହୁରି ପଢନ୍ତୁ ଓଡିଶା ଖବର...

ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା CBSE ଦ୍ବାଦଶ ପରୀକ୍ଷା ଫଳ । cbseresults.nic.in ଓ digilocker.gov.inରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ମୋଟ ପାସ୍ ହାର 87.33 ପ୍ରତିଶତ ରହିଛି । ଚଳିତ ଥର ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ୧୬ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ।

ଅର୍ଗସ ବ୍ୟୁରୋ: ସ୍ୱାମୀକୁ ହରାଇ ମୁଣ୍ଡ ପିଟି ପିଟି କାନ୍ଧୁଛି ସ୍ତ୍ରୀ l ଖୁଜି ଖୁଜି ପାଉନି ତା ସ୍ୱାମୀକୁ, ମୁଣ୍ଡ ପିଟି ପିଟି କାନ୍ଧୁଛି ସେ, ସ୍ୱାମୀ ତାର ଜୀବିତ କି ମୃତ ତାଙ୍କୁ ଏବେ ସୁଦ୍ଧା ଜଣା ଯାଇନାହିଁ l ପରିବାର ଲୋକ ବି ସବୁ ଜାଣି ପୁରା ଚୁପ, ପିଇସା ର ମୃତ୍ୟୁ ହୋଇଥିବା ଜାଣି ମଧ୍ୟ ପିଉସୀ କୁ କହିପାରୁନି ପୁତୁରା l ତଥାବି ବୋଲମାନୁନି ଏ ଆଖି ସ୍ୱାମୀକୁ ଖୁଜୁଛି, କଉଠି ମିଳିବ ତା ସ୍ୱାମୀ l ଏ ଚିତ୍ର ସୋର ଡାକ୍ତରଖାନା ପରିସର ର ଚିତ୍ର, ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି ସହ ସହ ଯାତ୍ରୀ l
ଏହାରି ଭିତରେ ସାମ୍ନା କୁ ଆସିଛି ଏପରି କହିଛି ହୃଦୟ ବିଦାରକ ଦୃଶ୍ୟ, ସ୍ୱାମୀ କୁ ହରାଇ କାନ୍ଦୁଛି ସ୍ତ୍ରୀ, ବାହୁନି ବାହୁନି କାନ୍ଦି ଲୁହ ଢାଳି ଦେଉଛି ସ୍ତ୍ରୀ l ତମେ କୋଉଠି ଅଛ। ମୁଁ ତୁମକୁ ଖୋଜି ପାଉନି।
ଇଏ ହେଉଛନ୍ତି ବିହାର ମଧୁବନି ଅଞ୍ଚଳ ର l ସ୍ୱାମୀ କାମ କରିବାକୁ ଚେନ୍ନାଇ ଯାଉଥିବା ବେଳେ କଲିକତା ରୁ ଟ୍ରେନ ବଦଳାଇ କରମଣ୍ଡଳ ଏକ୍ସପ୍ରେସ ରେ ଯାଉଥିଲେ l
ହେଲେ ବିଧିର ବିଧାନ ଯେ ଏମିତି ଆସିବ କିଏ ଜାଣିଥିଲା l ଦୁର୍ଘଟଣା ର ଖବର ପାଇ ସ୍ତ୍ରୀ ସ୍ୱାମୀକୁ ଦେଖା କରିବାକୁ ଆସିଥିଲା କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ଦେଖା ହେବା ଆଗର ଆରପାରିକୁ ଚାଲିଯାଇଛି ସ୍ୱାମୀ l ପରିବାର ସମ୍ପର୍କୀୟ ଜାଣିଛନ୍ତି ତାଙ୍କ ସମ୍ପର୍କୀୟ ଆଉନାହିଁ ଧର୍ଯ୍ୟ ଧରି ବୁଝାଇ ଚାଲିଛନ୍ତି ତଥାପି ସ୍ୱାମୀକୁ ଦେଖିବା ପାଇଁ ବ୍ୟାକୁଳ ଏହି ସ୍ତ୍ରୀ l ଭଗବାନ ଏହି ସ୍ତ୍ରୀ କୁ ଅସୀମ ଧର୍ଯ୍ୟ ଦିଅନ୍ତୁ l
ଅଧିକ ପଢ଼ନ୍ତୁ ଓଡିଶା ଖବର:

ଅର୍ଗସ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ଗତ ଶୁକ୍ରବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ବାଲେଶ୍ବର ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି। ଟ୍ରେନ ଦୁର୍ଘଟଣାରେ ୨୭୫ଜଣଙ୍କର ମୃତ୍ୟୁ ହୋଇଛି। ବହୁତ ପିଲା ମା' ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ସେମାନେ କେମିତି ପାଠ ପଢ଼ି ବଡ଼ ମଣିଷ ହେବେ। ଏହାର ସମାଧାନ କରିଛନ୍ତି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ। ଏଥିପାଇଁ ଆଦାନୀ ଗ୍ରୁପ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି।
ଅଧିକ ଖବର ପଢ଼ନ୍ତୁ: ବାଲେଶ୍ବର ଟ୍ରେନ ଟ୍ରାଜେଡି: ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା
ଅନାଥ ପିଲାଙ୍କ ପାଠପଢ଼ା ଦାୟିତ୍ଵ ନେବ ଆଦାନୀ ଗ୍ରୁପ୍। ବାପାମା' ତଥା ଅଭିଭାବକଙ୍କୁ ହରାଇଥିବା ପିଲା ସୁବିଧା ପାଇବେ। ଘୋଷଣା କଲେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ।

ଅର୍ଗସ ବ୍ୟୁରୋ: ଗ୍ୟାସ ବୋଝେଇ ଗାଡିରୁ ଗ୍ୟାସ ଲିକ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସପ୍ତଶତୀ ମନ୍ଦିର ଅଞ୍ଚଳରେ ଏକ ଗ୍ୟାସ ବୋଝେଇ ଗାଡୁରୁ ଗ୍ୟାସ ଲିକ ହୋଇଥିବା ସୂଚନା ରହିଛି। ସଙ୍ଗେ ସଙ୍ଗେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ତେବେ ଗ୍ୟାସ ଲିକ ପାଇଁ ପ୍ରବଳ ଟ୍ରାଫିକ ଜାମ ମଧ୍ୟ ହୋଇଥିଲା । ଖରାକୁ ଅସହ୍ୟ ହେଉଛି ଟ୍ରାଫିକ ଜାମ ।ଟ୍ରାଫିକ ରେ ଫସି ରହିଛି ଅନେକ ଗାଡ॥ ଏହାସହ ଅନେକ ଲୋକ। ଯିବା ଆସିବା ମୁସ୍କିଲ ହୋଇପଡିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
