Headlines 9am
ଅର୍ଗସ ବ୍ୟୁରୋ : ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କର କାର୍ଯ୍ୟକାଳର ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ସେ ଅରୁଣାଚଳ ପ୍ରଦେଶ ଏବଂ ଆସାମ ଗସ୍ତ କରିଛନ୍ତି। ଏହି ସମୟରେ ସିଡିଏସ୍ ଭାରତୀୟ ସେନାର ଜୋରଦାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କୌଣସି ବି ବାହ୍ୟ ଶକ୍ତି ଭାରତୀୟ ଯବାନଙ୍କୁ ତାଙ୍କର କର୍ତ୍ତବ୍ୟ ପାଳନ ଠାରୁ ଅଟକେଇ ପାରିବ ନାହିଁ। ଆମ ଯବାନ ସୀମାରେ ସୁରକ୍ଷା ପାଇଁ ସର୍ବଦା ଦୃଢ ନିଶ୍ଚୟ ଏବଂ ଅଟଳ ରୁହନ୍ତି।
ବିପିନ ରାୱତ ପୁଣି କହିଛନ୍ତି ଯେ, ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ଭାରତୀୟ ଯବାନ ସମାରେ କଡ଼ା ନଜର ରଖି ଶତ୍ରୁଙ୍କ ସାମ୍ନା କରନ୍ତି ଏବଂ ଦେଶବାସୀଙ୍କୁ ସୁରକ୍ଷା ଦିଅନ୍ତି।
ଜେନେରାଲ ବିପିନ ରାୱତ ଦେଶର ପ୍ରଥମ ଏବଂ ବର୍ତ୍ତମାନର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍। ସେ 2020 ଜାନୁଆରୀ 1ରେ ଏହି ପଦଭାର ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ସ୍ଥଳସେନା ମୁଖ୍ୟ ଥିଲେ।