ପ୍ରଦୂଷଣ ନିୟନ୍ତ୍ରଣ ଗାଇଡଲାଇନ ଠିକ ଭାବେ କାର୍ୟ୍ୟକାରୀ ହେଉଛି କି ନାହିଁ, ତା’ର ତଦାରଖ କରିବାକୁ ଗୁରୁବାର ୧୭ଟି ଫ୍ଲାଇଂ ସ୍କ୍ୱାଡ ଗଠନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ଏହି ସ୍କ୍ୱାଡ ସଂଖ୍ୟା ୪୦କୁ ବୃଦ୍ଧି ପାଇବ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଦିଲ୍ଲୀରେ ପ୍ରଦୂଷଣ ରୋକିବ ପ୍ଲାଇଂ ସ୍କ୍ୱାଡ ଓ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢ଼ୁଛି ପ୍ରଦୂଷଣର ମାତ୍ରା। ତାହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ବର୍ତ୍ତମାନ ସରକାର ଗଠନ କରିଥିବା ପ୍ଲାଇଂ ସ୍କ୍ୱାଡ ଓ ଟାସ୍କ ଫୋର୍ସକୁ ସୁପ୍ରିମକୋର୍ଟ ଗ୍ରୀନ ସିଗ୍ନାଲ ଦେଇଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆଜି ଏକଥା ଜଣାଇଛନ୍ତି। ଏହାପରେ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ଯଥାଶୀଘ୍ର ଏହାକୁ କାର୍ୟ୍ୟକାରୀ କରିବାକୁ କହିଛନ୍ତି। ଏନଫୋର୍ସମେଣ୍ଟ ଟାସ୍କ ଫୋର୍ସ ଓ ଫ୍ଲାଇଂ ସ୍କ୍ୱାଡ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜାରି ହୋଇଥିବା ଗାଇଡଲାଇନ ଠିକ ଭାବେ କାର୍ୟ୍ୟକାରୀ ହେଉଛି କି ନାହିଁ, ତା’ର ତଦାରଖ କରିବ।
ନଦୀ ପହଁରି ପାର୍ ହେଉଥିଲେ, ଭାସିଗଲେ

ପୁରୀ: ପୁରୀ ସଦର ବ୍ଲକ ରତ୍ନଚିରା ନଦୀରେ ଭାସିଗଲେ ବୃଦ୍ଧ । ନଦୀ ପାର ବେଳେ ଭାସିଗଲେ ଖଣ୍ଡିଘର ଗ୍ରାମର ଭିମସେନ ସ୍ୱାଇଁ । ଗଉଡିକେରା ଗ୍ରାମରୁ କୋରଙ୍ଗା ଗ୍ରାମକୁ ରତ୍ନଚିରା ନଦୀରେ ପହଁରି ପାରି ହେଉଥିଲେ ବୃଦ୍ଧ । ନଦୀରେ ଭାସିଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛ
Download Argus News App
