କେନ୍ଦ୍ର ସରକାର କହିଛନ୍ତି, ଏନ୍ଡିଏ ଏବଂ ନାଭାଲ ଏକାଡେମିରେ ମହିଳାମାଙ୍କୁ ପ୍ରବେଶ ମିଳିବ। ଏନେଇ ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ସନ୍ଧ୍ୟାରେ ଏହି ନିଷ୍ପତି ନିଆଯାଇଛି। ମହିଳା କ୍ୟାଡେଟ୍ଙ୍କୁ ଏହି ଦୁଇଟି ସଂସ୍ଥାରେ ସୁଯୋଗ ମିଳିବ କିନ୍ତୁ କେଉଁ ପଦ୍ଧତିରେ ସେ ନେଇ ନୀତି ନିର୍ଦ୍ଧାରିତ ହୋଇନାହିଁ।
ଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ। ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତ୍ତିରେ ମୁଁ ଖୁସି ସେମାନଙ୍କୁ ବୁଝାଇବାରେ ସମର୍ଥ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।