ଅଧିକ ପଢନ୍ତୁ : ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ ମୋଦି
ଏହାସହ ଯକ୍ଷ୍ମା - ମୁକ୍ତ ପଞ୍ଚାୟତ ପଦକ୍ଷେପ ଆରମ୍ଭ କରିବେ ପିଏମ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଭାରତର ବାର୍ଷିକ ଯକ୍ଷ୍ମା ରିପୋର୍ଟ ୨୦୨୩କୁ ଜାରି କରିବେ । ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବା ଦିଗରେ କାର୍ଯ୍ୟ କରୁଥିବା କିଛି ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଏବଂ ଜିଲ୍ଲା ଗୁଡିକୁ ପୁରସ୍କୃତ କରାଯିବ। ଏହି ସମ୍ମିଳନୀରେ ୩୦ରୁ ଅଧିକ ଦେଶରୁ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ସକ୍ରିୟ ସହଭାଗିତାରେ, ବିଶ୍ୱ ଯକ୍ଷ୍ମା ଦିବସର ପ୍ରସଙ୍ଗ ‘ହଁ, ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚିତ କରି ପାରିବା’ର ବାର୍ତ୍ତା ନେଇ ସମୟ ଭିତରେ ଓଡିଶା ରାଜ୍ୟ ଯକ୍ଷ୍ମା ନିରାକରଣ ପଥରେ ଦୃଢ ଅଗ୍ରଗତି କରୁଛି ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଟିବି ଏମିତି ଏକ ରୋଗ ଯାହା ସବୁ ବର୍ଗର ଲୋକଙ୍କୁ ହୋଇଥାଏ। ଏହା ଏକ ବ୍ୟାକ୍ଟେରିଆ ଜନିତ ରୋଗ ।
ଦେଖନ୍ତୁ ଭିଡିଓ :୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ପ୍ରୟାସ !
ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ସେମାନଙ୍କୁ ଏହି ରୋଗ ହୋଇଥାଏ। ଏହାର ଲକ୍ଷଣ କାଶ ହେବା କାଶରେ ରକ୍ତ ପଡିବା, ଓଜନ କମିବା, ଅଧିକ ଦିନ ଜ୍ବର ଲାଗି ରହିବା । 2025 ସୁଦ୍ଧା ଓଡିଶା ହେବ ଯକ୍ଷ୍ମା ମୁକ୍ତ ରାଜ୍ୟ। ଖୁବଶୀଘ୍ର ରାଜ୍ୟର ସବୁ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ଉପଲବ୍ଧ ହେବ ମଡ୍ୟୁଲାର ଡାଇଗ୍ନୋସିସ୍ ମେସିନ। ବର୍ତ୍ତମାନ ସୁଦ୍ଧା 190ଟି ମେସିନ ରାଜ୍ୟରେ କାର୍ଯ୍ୟ କରୁଛି। ଯକ୍ଷ୍ମା ରୋଗ ଡିଟେକ୍ସନ, ଟ୍ରିଟ୍ମେଣ୍ଟ,ପ୍ରିଭେଣ୍ଟ,ଆୱାରନେସ ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର ନିରାକରଣ ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ।
ଦେଖନ୍ତୁ ଭିଡିଓ :ଯକ୍ଷ୍ମାକୁ ନେଇ କେତେ ସଚେତନ ଜନତା?