ଅନୁଗୁଳ : କରୋନା କାଳରେ ଉଠା ଦୋକାନୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କୁ ଆର୍ଥିକ ଦୃଷ୍ଟି କୋଣରୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଯୋଜନା । କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ଆରମ୍ଭ ହୋଇଛି ପାଇଲଟ ପ୍ରୋଜେକ୍ଟ । ପିଏମ ସ୍ବନିଧି ଯୋଜନାରେ କିଭଳି ଉଠା ଦୋକାନୀ ହୋଇ ପାରିବେ ଆତ୍ମନିର୍ଭରଶୀଳ ସେନେଇ ସେମାନଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।
ଅର୍ଗସ ବ୍ୟୁରୋ : କଟକ ଚୌଧୁରୀ ବଜାରରେ ଥିବା ଏକ ଶାଢ଼ୀ ଦୋକାନରେ ଲାଗିଥିଲା ଭୀଷଣ ନିଆଁ । ଦୀର୍ଘ ଚାରି ଘଣ୍ଟା ପରେ ଚୌଧୁରୀ ବଜାରର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିଛି । ଏବେ ବିପଦ ସଂପୂର୍ଣ୍ଣ ଟଳିଯାଇଛି । ଏନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ବି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ନିଆଁ ଲିଭାଇବା ଲାଗି ଅକ୍ଳାନ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଯାଏ ବହୁ ଲୁଗା ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡ଼ି ଯାଇଥିବା ଜଣାଯାଇଛି । ନିଆଁ ଲାଗିଥିବା ଦୋକାନର ପାଖାପାଖି ଅନ୍ୟ କୌଣସି ଦୋକାନକୁ ନିଆଁ ବ୍ୟାପିନାହିଁ ।
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଳ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ନେଟୱାର୍କ (S-WIN) ସୂତ୍ର ପକ୍ଷରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଆଜି ଏକ ସ୍ଥାନରେ ଚଢ଼ାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି ।
ଏହି ଘଟଣାରେ ବଡସାହି ଥାନା ଯଦୁନାଥପୁର ବନ୍ଧସାହି ଅଞ୍ଚଳର ଭୁବନ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ।
ତେବେ ଘଟଣା ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ ଚାଲିଥିବା କାରଣରୁ ଆସନ୍ତାକାଲି ଦିନ ୧୧ଟା ସମୟରେ ବାରିପଦା ସ୍ଥିତ ଫିଲ୍ଡ ଡାଇରେକ୍ଟର-କମ-ଆରସିସିଏଫ, କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ତଥ୍ୟ ପ୍ରଦାନ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ନାରୀଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି । ନାରୀଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରି । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନରେ ପରିଣତ ହେଲା ବିଲ୍ । ମହିଳା ସଂରକ୍ଷଣ ବିଲ୍ ଏବେ ଆଇନରେ ପରିଣତ ହୋଇଛି । ସଂସଦର ଉଭୟ ଗୃହରେ ପାରିତ ହୋଇ ଇତିହାସ ରଚିଛି ଏହି ବିଲ୍ ।
ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ଅର୍ଥାତ ଲୋକସଭାରେ 543 ଆସନ ଆସନ ମଧ୍ୟରୁ 181ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ସେହିପରି ଓଡ଼ିଶା ବିଧାନସଭାର 147 ଆସନ ମଧ୍ୟରୁ 49ଟି ଆସନ ରିଜର୍ଭ ରହିବ ମହିଳାଙ୍କ ପାଇଁ ।
ଏହା ବ୍ୟତିତ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଲାଗି ଧାର୍ଯ୍ୟ ସିଟ୍ରୁ ୩୩ ପ୍ରତିଶତ ସଂରକ୍ଷଣ ସେମାନଙ୍କ ସମାଜର ମହିଳାଙ୍କ ଲାଗି ହେବ । ଏହି ସଂରକ୍ଷଣ ରୋଟେସନ ଆଧାରରେ ଦିଆଯିବ । ବିଲ୍ରେ ଓବିସି ବର୍ଗଙ୍କ ଲାଗି ଅଲଗା କୌଣସି ପ୍ରାବଧାନ ରଖାଯାଇନାହିଁ । ଏପରି ସ୍ଥିତିରେ ଏହା ଦେଖିବାକୁ ବାକି ରହିଲା କି ଆରଜେଡି, ସମାଜବାଦୀ ପାର୍ଟି ଓ ଜେଡିୟୁ ପରି ରାଜନୈତିକ ଦଳଙ୍କର ପ୍ରତିକ୍ରିୟା କ’ଣ ରହୁଛି । ଏହି ସଂରକ୍ଷଣ ନିୟମ ୧୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ପୁଣି ସଂସଦରେ ପ୍ରସ୍ତାବ ପାରିତ କରାଯାଇ ସଂରକ୍ଷଣ ବଢାଯାଇପାରିବ । ଏହି ସଂରକ୍ଷଣ ରାଜ୍ୟସଭା ଓ ବିଧାନ ପରିଷଦରେ ଲାଗୁ ହେବ ନାହିଁ ।
ଆହୁରି ପଢନ୍ତୁ ଭାରତ ଖବର...