୨୦୨୨ ରେ ଚହଲ ରାଜସ୍ଥାନ ରୟାଲ୍ସ ର ଟ୍ଵିଟର ଆକାଉଣ୍ଟ କୁ ହ୍ୟାକ କରିଥିଲେ । ଏଥିସହ ନିଜକୁ ଦଳର ନୁତନ ଅଧିନାୟକ ବୋଲିମଧ୍ୟ ଲେଖିଥିଲେ । ଏହାର ବଦଲା ନେଇ ମଜାରେ ରାଜସ୍ଥାନ ରୟାଲ୍ସ ୟୁଜବେନ୍ଦ୍ର ଚହଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରିଛି । ଏଥିସହ ତାଙ୍କ ପ୍ରାଇଭେଟ ଚାର୍ଟ ର ସ୍କ୍ରିନସଟ୍ ମଧ୍ୟ ନିଜେ ଟ୍ଵିଟ କରିଛି । ତେବେ ଏହି ଚାଟରେ ସେ ନିଜ ପତ୍ନୀ ଧନଶ୍ରୀ ବର୍ମା,ସଞ୍ଜୁ ସାମସନ,ମହେନ୍ଦ୍ର ସିଂ ଧୋନି,ଏବଂ ରୋହିତ ଶର୍ମାଙ୍କ ସହ ଚାର୍ଟ କରିଥିବା ଦେଖିବାକୁ ମିଳିଛି ।
ଚହଲ ତାଙ୍କ ପତ୍ନୀଙ୍କ ସହ କରାଯାଇଥିବା ଶେଷ ମେସେଜରେ ଲେଖିଛନ୍ତି, “ ଆପଣ ଫେରି ଆସିଲେ ,ଆମର ଭିଡିଓ ରେ” । ସେହଭଳି ରୋହିତ ଶର୍ମା ମଧ୍ୟ ଲେଖିଛନ୍ତି,ଆକାଉଣ୍ଚ ଡିଲିଟ କରିଦିଅ । ଏବେ ସୋସିଆଲ ମିଡିଆରେ ଚହଲଙ୍କ ଏହି ସଵୁ ଚାଟ ଖୁବ ଭଇରାଲ ହେବାରେ ଲାଗିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।