ଅଧିକ ପଢନ୍ତୁ : ରାମ ମନ୍ଦିର ହୁଣ୍ଡିକୁ ଆସିଲା, ୧୫ ଦିନରେ କୋଟିଏ ଟଙ୍କା !
ଅଯୋଧ୍ୟା ରାମ ମନ୍ଦିରକୁ ଅନେକ ଶ୍ରଦ୍ଧାଳୁ ରୁପା, ଚାନ୍ଦି, ସୁନା ଦାନ କରିଛନ୍ତି। ହେଲେ ସମ୍ପୁର୍ଣ୍ଣ ମନ୍ଦିର ସେତିକିରେ ତିଆରି ହୋଇ ପାରିବନି । ସେଥିପାଇଁ ସେମାନେ ଅଯୋଧ୍ୟା ଆକୃତିର ଛୋଟ ମନ୍ଦିର ତିଆରି କରିଛନ୍ତି । ଏହି ମନ୍ଦିରକୁ ନେବାପାଇଁ ମଧ୍ୟ ସ୍ଥାନୀୟ ଲୋକମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଅଯୋଧ୍ୟା ଯାଇପାରୁନଥିବା ଲୋକ ଏଠାରେ ଅଯୋଧ୍ୟାର ଅବିକଳ ମନ୍ଦିର ଦେଖିପାରିବେ ବୋଲି କହିଛନ୍ତି ଗ୍ରାହକ ।
ଗୁରୁବାର ନବରାତ୍ରୀ ଠାରୁ ଏହି ମନ୍ଦିରର ଦର୍ଶନ ପାଇଁ ବାହାରେ ସ୍ଥାପନା କରାଯିବ । ତେବେ ଗ୍ରାହକମାନେ ଚାହିଁଲେ ଏହି ମନ୍ଦିରକୁ କିଣି ନେଇ ପାରିବେ ବୋଲି କହିଛନ୍ତି ଏହି ଅଳଙ୍କାର ଦୋକାନୀ ।