ନୂଆଦିଲ୍ଲୀ: ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ 5 ଜୁନ୍ ରେ ହେବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ପ୍ରକୃତ ଚନ୍ଦ୍ରଗ୍ରହଣ ହେବ ନାହିଁ ବରଂ ଏକ ଛାୟା ଚନ୍ଦ୍ରଗ୍ରହଣ ହେବ । ଆସନ୍ତାକାଲି ହେବାକୁ ଥିବା ଛାୟା ଚନ୍ଦ୍ରଗ୍ରହଣ ରାତି 11 ଟାରୁ ଆରମ୍ଭ ହୋଇ ରାତି 2 ଟା 34 ମିନିଟରେ ଶେଷ ହେବ । ଜ୍ୟେଷ୍ଠ ପୂର୍ଣ୍ଣିମା ଉପରେ ଏହି ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି । ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣ କେବେ ଏବଂ କେଉଁଠାରେ ଦେଖାଯିବ । ଏହାସହ ଭାରତରେ କେତେ ପ୍ରଭାବ ପକାଇବ, ଆସନ୍ତୁ ଜାଣିବା...
ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାରେ ଦେଖାଯିବ | ଭାରତରେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଠିକ୍ ସମୟରେ ଦୃଶ୍ୟମାନ ହେବ, କିନ୍ତୁ ଚନ୍ଦ୍ରଗ୍ରହଣ ହେତୁ ଏଠାରେ କୌଣସି ଧାର୍ମିକ କାର୍ଯ୍ୟ ବନ୍ଦ ହେବ ନାହିଁ । ଏହି ଚନ୍ଦ୍ରଗ୍ରହଣ ପ୍ରାୟ 11:30 ରୁ 2.30 ପର୍ଯ୍ୟନ୍ତ ରହିବ । ଅର୍ଥାତ୍ ଏହାର ମୋଟ ଅବଧି ପ୍ରାୟ ତିନି ଘଣ୍ଟା ହେବ । ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର କୌଣସି ସ୍ଥାନରୁ କଟିବା ପରିବର୍ତ୍ତେ ଏହା ସମ୍ପୂର୍ଣ୍ଣ ଆକାରରେ ଦେଖାଯିବ । ଏଥର ଚନ୍ଦ୍ରଗ୍ରହଣ ଏକ ଛାୟା ଚନ୍ଦ୍ରଗ୍ରହଣ ହେବ । ତେବେ ଶାସ୍ତ୍ର ଆନୁଯାୟୀ, ଏହି ଦିନରେ କୌଣସି କାର୍ଯ୍ୟ କରିବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।
