ବାଘ ଆଣିବାକୁ ଥିବା ବିମାନକୁ ସ୍ବତନ୍ତ୍ର ଭାବେ ସଜ୍ଜିତ କରାଯାଇଛି । ବାଘ ଚିତ୍ରରେ ଚିତ୍ରିତ ହୋଇଛି ବିମାନଟି । ବାଘ ଆଣିବାକୁ ବିମାନଟି ନାମିବ୍ୟାରେ ପହଞ୍ଚି ସାରିଛି । ଶନିବାର ସକାଳୁ ବିମାନଟି ଜୟପୁରରେ ପହଞ୍ଚିବ । ସେଠାରୁ ଭୋପାଳକୁ ଯିବେ ବାଘ ଗୁଡ଼ିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ତାରିଖରେ ବାଘ ଗୁଡ଼ିକୁ ଅଭୟାରଣ୍ୟରେ ଛାଡ଼ିବେ ।
ସ୍ୱତନ୍ତ୍ର ବିମାନରେ ଭାରତ ଆସିବ ଚିତା

ଅର୍ଗସ ବ୍ୟୁରୋ: ବାଘକୁ ନେଇ ଖୁସି ଖବର । ଭାରତ ଆସୁଛନ୍ତି ଚିତା ବାଘ । ନାମିବ୍ୟାରୁ ଭାରତ ଆସୁଛନ୍ତି ୮ ଟି ଚିତା ବାଘ । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରହିବେ ବାଘ ଗୁଡ଼ିକ । ଦକ୍ଷିଣ ଆଫ୍ରିକାରୁ ୮ ଟି ଚିତା ନେଇ ଆସିବ ବୋଲି ନାମିବ୍ୟାସ୍ଥିତ ଭାରତର ହାଇକମିସନ୍ ସେୟାର୍ କରିଥିବା ଫଟୋରୁ ଜଣାପଡ଼ିଛି ।
Download Argus News App
