ପ୍ରବେଶ କରିବା ମାତ୍ରେ ରିସେପସନରେ ଅଭିଜ୍ଞ କର୍ମଚାରୀଙ୍କ ଦ୍ବାରା 24 X 7 ଉପଲବ୍ଧ ହେବ । ଟର୍ମିନାଲରେ ସୁଦୂରପ୍ରସାରୀ ଲାଉଞ୍ଜ ସହ ବଟଲର୍ ସେବା, ସୁପର୍ ଫୁଡ୍ ସହ ଷ୍ଟାଇଲିସ୍ ବାର ଏବଂ ଅନ୍ତର୍ଜାତୀୟ ଖାଦ୍ୟ ବଫେଟରେ ଯାତ୍ରୀଙ୍କୁ ପରିବେଷଣ କରାଯିବ । ଅତିଥିମାନେ ଏଠାରେ ମିଟିଂ ଏବଂ କନଫରେନ୍ସ ରୁମ୍ ରିଜର୍ଭ କରି ପାରିବେ । ଯେଉଁଠି ବିଶ୍ବସ୍ତରୀୟ ଅତ୍ୟାଧୁନିକ ଅଡିଓ, ଭିଜୁଆଲ୍ ସୁବିଧା ଉପଲବ୍ଧ ରହିବ । ଏହି ଟର୍ମିନାଲ ୭୫୩.୨୬ ସ୍କୋୟାର ମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ । ଯାହା ନିର୍ଦ୍ଧାରଣ କରୁଛି ଏହା କେତେ ବିଳାସ୍ୟ । ଏହି ଟର୍ମିନାଲର ଉଦ୍ଦେଶ୍ୟ ଏୟରପୋର୍ଟରୁ ଚାର୍ଟର ପ୍ଲେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଉତ୍ତର ସେବା ପ୍ରଦାନ କରିବା । ଏହି ନୂଆ ଟର୍ମିନାଲରେ ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ସହ ଯାତ୍ରୀଙ୍କ ମଙ୍ଗଳ ପାଇଁ ସବୁବେଳେ ପ୍ରାଥମିକତା ଦିଆଯାଇଛି । ଜଲଦି କଷ୍ଟମ ଏବଂ ଇମିଗ୍ରେସନ କାମ ସାରିବାକୁ ଦକ୍ଷ କର୍ମଚାରୀଙ୍କୁ ନିଯୋଜିତ କରାଯାଇଛି ।
ଏହାଛଡା କଣ୍ଟ୍ରୋଲ ସିଷ୍ଟମକୁ ଆକସେସ୍ କରିବା ପାଇଁ, ୱାଇଫାଇ ସର୍ଭିସ, ଆଇଟି ସିଷ୍ଟମ ଦ୍ବାରା ବିଭିନ୍ନ ଇଣ୍ଟରଆକ୍ସନ ପଏଣ୍ଟରେ ଯେମିତି କି ବୋର୍ଡିଂ ପାସ୍, ଡେଡିକେଟେଡ୍ ପୋର୍ଟର ସର୍ଭିସ, ଚେକ୍ ଇନ୍, ହ୍ୟାଣ୍ଡ ବ୍ୟାଗେଜ୍ ପ୍ରୋସେସିଂ ଆଦି ପାଇଁ ଯଥେଷ୍ଟ କମ୍ ସମୟ ଲାଗିବ । ଏହି ଟର୍ମିନାଲ ପ୍ରତ୍ୟେକ ଘଣ୍ଟାରେ ୫୦ ପାସେଞ୍ଜର ହ୍ୟାଣ୍ଡଲ କରିବ ଫଳରେ ଏହା ସୁନିଶ୍ଚିତ କରିବ ଯେ, ଯାତ୍ରୀ ମାନେ ସଠିକ୍ ସମୟରେ ବିମାନ ଯାତ୍ରା କରିପାରିବେ । ନୂଆ କରି ତିଆରି ହୋଇଥିବା ଏହି ଟର୍ମିନାଲ ସହ ଏୟାରକ୍ରାଫ୍ଟ ପାର୍କିଂ ଷ୍ଟାଣ୍ଡ ରହିଛି ଯାହା ଫଳରେ ଯାତ୍ରୀଙ୍କୁ ବୋର୍ଡିଂ ଓ ଡିବୋର୍ଡିଂ ସମୟରେ ହଇରାଣ ହେବାକୁ ପଡିବ ନାହିଁ ।
ଭାରତ ଖବର ଆହୁରି ପଢ଼ନ୍ତୁ ।