ନୂଆଦିଲ୍ଲୀ: ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳର ଆଜି ହେଉଛି ଅନ୍ତିମ ଦିନ । ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ନିଜ ଉତ୍ତରାଧିକାରୀ ଜଷ୍ଟିସ ବୋବଡେଙ୍କ ସହ କେର୍ଟ ରୁମ୍ରେ ବସିଛନ୍ତି । ଏହି ମଧ୍ୟରେ ସେ କେବଳ ତିନି ମିନିଟରେ 10ଟି କେଶ୍ରେ ନୋଟିସ୍ ଜାରୀ କରିଛନ୍ତି । 17 ନଭେମ୍ବରରେ ଚିଫ୍ ଜଷ୍ଟିସ୍ ଅବସର ନେବେ । କିନ୍ତୁ ଏହି ସମୟରେ ସପ୍ତାହାର ଶେଷ ଅବକାଶ ଦିବସ ପଡୁଛି । ଚିଫ୍ ଜଷ୍ଟିସ୍ ଗୋଗୋଇଙ୍କ ସହ କିଛି ସାମ୍ବାଦିକ ଇଣ୍ଟରଭ୍ୟୁ ପାଇଁ ଅପିଲ୍ କରିଥିଲେ । ହେଲେ ଗୋଗୋଇ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ମନା କରିଦେଲେ । ବାର ଆସୋସିଏସନ୍ ତରଫରୁ ଆୟୋଜିତ ଫେରଓ୍ୱେଲ ଫଙ୍କସନ୍ରେ ମଧ୍ୟ ଗୋଗାଇ ସମ୍ବୋଧନ ଦେବେ ନାହିଁ ।
କାର୍ଯ୍ୟକାଳର ଅନ୍ତିମ ଦିନରେ ସିଜେଆଇ ରଞ୍ଜନ ଗୋଗୋଇ କେବଳ ତିନି ମିନିଟ୍ ପାଇଁ କୋର୍ଟରେ ବସିଥିଲେ । ପରମ୍ପରା ଅନୁସାରେ ଗୋଗାଇ ନିଜ ଉତ୍ତରାଧିକାରୀ ଜଷ୍ଟିସ୍ ବୋବଡେଙ୍କ ସହ କୋର୍ଟ ରୁମ୍ରେ ବସିଥିଲେ । ଯେତେବେଳେ ଚିଫ୍ ଜଷ୍ଟିସ୍ ଗୋଗୋଇ ସାଢେ 10ଟା ବେଳେ କୋର୍ଟ ରୁମ୍ରେ ପହଞ୍ଚିଥିଲେ ସେତେବେଳେ ରୁମ୍ରେ ସମସ୍ତେ ଉପସ୍ଥିତ ଥିଲେ ଗୋଗୋଇଙ୍କୁ ସ୍ୱାଗତ କରିବା ପାଇଁ ।
18 ନଭେମ୍ବରରେ ଜଷ୍ଟିସ୍ ବୋବଡେ ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ଏହା ପୂର୍ବରୁ ଶୁକ୍ରବାର ଦିନ ଚିଫ୍ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ବୋବଡେଙ୍କ ଖଣ୍ଡପୀଠରେ 10 କେଶ୍ ଉପରେ ନୋଟିସ୍ ଜାରୀ କରାଯାଇଥିଲା । ଏହି ପ୍ରକ୍ରିୟା ପରେ ସୁପ୍ରିମକୋର୍ଟ ବାର ଆସୋସିଏସନ୍ର ଅଧ୍ୟକ୍ଷ ରାକେଶ ଖନ୍ନା ସମସ୍ତଙ୍କ ତରଫରୁ ଜଷ୍ଟିସ୍ ଗୋଗାେଇଙ୍କୁ ଧନ୍ୟବାଦ ଦେବା ସହ ଶୁଭକାମନା ଜଣାଇଥିଲେ । ଏହାପରେ ଜଷ୍ଟିସ୍ ଗୋଗାେଇ ସମସ୍ତଙ୍କୁ ପ୍ରତିବଦଳରେ ଧନ୍ୟବାଦ ଜଣାଇଥିଲେ ।
