ଏହି ଭିଡିଓରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ପାହାଡ ଉପରକୁ ଚଢି ଯାଇଛନ୍ତି । କାରଣ ଟା ହେଉଛି ,ଏହି ମଣିଷମରା ହାତୀଟି ମୁଖ୍ୟମନ୍ତ୍ରୀଙ୍କ କାର ସାମ୍ନାକୁ ଚାଲି ଆସିଥିଲା । ତେଣୁ ଭୟରେ ସେ କାରରୁ ବାହାରି ଏହି ପାହାଡ ଉପରକୁ ଚଢି ଯାଇଥିଲେ । ଆଉ ତାଙ୍କସହ ତାଙ୍କ ସହକର୍ମୀମାନେ ବି ଚଢି ଯାଇଥିଲେ । ହେଲେ ହାତୀଟି ପିଛା କରି ପୁଣି ପହଞ୍ଚି ଯାଇଥିଲା ଏହି ପାହାଡ ତଳେ । ଆଉ ତା ପରର ଦୃଶ୍ୟ ନିଜେ ଦେଖନ୍ତୁ ।…କିପରି ଭୟରେ ଜଣକ ପରେ ଜଣେ ତଳକୁ ଓହ୍ଲାଉଥିଲେ । ଆଉ ଭଲରେ ନଜର ପକାନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉପରେ । ଭୟରେ କିପରି ତଳକୁ ଓହ୍ଲାଉଛନ୍ତି ଆଉ ଜଣଙ୍କ ସହାୟତାରେ ।
ଏହାପରେ ଆଉଜଣେ କର୍ମୀ ଓହ୍ଲାଉ ଓହ୍ଲାଉ ପଡି ଯାଉଛନ୍ତି । ଏହାପରେ ଜଣକ ପରେ ଜଣେ ହାତୀ ଭୟରେ ତଳକୁ ଓହ୍ଲାଇ ଆସୁଛନ୍ତି । ବିପଦ ସମସ୍ତଙ୍କ ପାଖକୁ ଆସେ,ଯିଏ ଯେତେ ବଡ ପଦବୀରେ ଥିଲେ ବି ବିପଦ ବେଳେ ସମସ୍ତେ ଅନ୍ୟର ସହାୟତା ଲୋଡିଥାନ୍ତି । ଠିକ ସେମିତି ଏହି ଭିଡିଓରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଭୟରେ ଚଢିଛନ୍ତି ଦୁର୍ଗମ ପାହାଡ ଉପରେ । ଆଉ ତଳେ ରହିଛି ମଣିଷମରା ହାତୀ । ସେଠାରୁ ଭୟରେ ତଳକୁ ଓହ୍ଲାଇ ଆସୁଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
#BreakingNews An elephant came in front of former #Uttarakhand CM #TrivendraSinghRawat's vehicle, left the car and climbed the rock and saved his life. #TeJran #ViralVideo pic.twitter.com/2JZmQTYiR0 — Shakshi rawat (@Shakshirawat6) September 15, 2022