ଦୁଇଟି ମେକ୍ ଇନ୍ ଓଡିଶା ସଂସ୍କରଣରେ ୬ ଲକ୍ଷ ୨୬ ହଜାର ୩୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରସ୍ତାବ ଆସିଥିଲା । ଯାହାଦ୍ଵାରା ୭ ଲକ୍ଷ ୨୯ ହଜାର ୪୮୧ଟି ନିଯୁକ୍ତିର ଆକଳନ କରିଥିଲେ ରାଜ୍ୟ ସରକାର । କିନ୍ତୁ ବିଡମ୍ବନା, ୨ଟି ସଂସ୍କରଣରେ ଆସିଥିବା ମୋଟ ୨୮୬ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଥିଲା । କିନ୍ତୁ ସେଥିରୁ ମାତ୍ର ୧୬ଟି ବୃହତ ଶିଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ।
ସେହିପରି ସେଥିରୁ ମାତ୍ର ୫ ହଜାର ୮୭୮ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି । ହେଲେ ୨୦୧୬ ଓ ୨୦୧୮ ମସିହାରେ ହୋଇଥିବା ଦୁଇଟି ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ ବାବଦକୁ ରାଜ୍ୟ ସରକାର ୫୫ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ତେଣୁ ଏଥର ମୁମ୍ବାଇରେ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରଯାଇଥିଲେ ମଧ୍ୟ ତାହା ଗ୍ରାଉଣ୍ଡଜିରୋରେ କେତେ ସଫଳ ହେବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।