ତେବେ ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ହେଉଛି ଯେ ଅଧିକ ସମୟ ଧରି ଟିଭି ଦେଖୁଥିବା ପିଲାମେନ ଧୁମ୍ରପାନ , ଜୁଆଖେଳ ଭଳି ଖରାପ ଅଭ୍ୟାସର ଶିକାର ହେବା ଆଶଙ୍କା ରହିଛି।
ଏହି ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତକାରୀ ଡ. ହେଲେନା ମ୍ୟାକଆନିଲା କହିଛନ୍ତି ୫ରୁ ୧୫ ବର୍ଷୀୟ ପିଲାମାନେ ଫୁରସତ ସମୟରେ ଅଧିକ ଟିଭି ଦେଖିବା ଦ୍ୱାରା ସେମାନଙ୍କଠାରେ ଏହି ଖରାପ୍ ଅଭ୍ୟାସ୍ ଆପୋଣେଇବାର ଆଶଙ୍କା ରହିଛି। ତେବେ ଖାଲି ସେତିକି ନୁହେଁ ଅଧିକ ସମୟ ଟିଭି ସାମ୍ନାରେ ବସିଲେ ପିଲାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ଥାଏ। ତେଣୁ ଡିଜିଟାଲ ଦୁନିଆରେ ପିଲାଙ୍କ ସ୍ୱାସ୍ଥ୍ୟ ଦିଗରେ ଅଧିକ ସଚେତନ ହେବା ଦରକାର ପଡିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।