ଏମିତି କିଛି କଥା କହି ଚାଇନାର ମୁଖା ଖୋଲିଛି news.com.au। ଏଥିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଇନାର ଏକ ଲ୍ୟାବରେ କରୋନା ଭାଇରସ ବିକଶିତ ହୋଇଥିଲା। ଦେଶର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଲିଖିତ ଦସ୍ତାବିଜ ଆଧାରରେ ଉପରୋକ୍ତ ସଂସ୍ଥା ଏହି କଥା କହିଥିବା ଜଣାପଡିଛି।
ଯଦି କଥାଟି ସତ ହୋଇଥାଏ, ତେବେ କେତେ ମାରାତ୍ମକ ଚିନ୍ତା କରନ୍ତୁ। ଚାଲବାଜ୍ ଚାଇନା ବିଶ୍ୱ ଧ୍ୱଂସ ପାଇଁ କରିଥିବା ଏହି ମହାଅପରାଧ ପାଇଁ ବିଶ୍ୱ ସମୁଦାୟ କେବେ ବି କ୍ଷମା କରିବ ନାହିଁ ବୋଲି କୁହାଯାଇପାରେ।
ଅଷ୍ଟ୍ରେଲିଆ ମିଡିଆରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଏବେ ଅନ୍ତର୍ଜାତୀୟ ମିଡିଆରେ ଚର୍ଚ୍ଚା। ଚାଇନା ତୃତୀୟ ବିଶ୍ୱଯୁଦ୍ଧ ଭାବରେ କରୋନା ଭାଇରସକୁ ଜୈବିକ ଅସ୍ତ୍ର କରିଛି ବୋଲି ମଧ୍ୟ କିଛି କିଛି ଦେଶ କହୁଛନ୍ତି।
ରିପୋର୍ଟ ଅନୁଯାୟୀ SARS-CoV-2 ନାମକ ଭାଇରସରୁ ଆସିଥିବା କରୋନା, ନୂଆ ଯୁଗର ଜେନେଟିକ୍ ଅସ୍ତ୍ର ବା ଜୈବିକ ଅସ୍ତ୍ର କରିବାକୁ ଚାଇନା ବୈଜ୍ଞାନିକ ଆଲୋଚନା କରିଥିଲେ। ଯାହାକୁ କୃତ୍ରିମ ଭାବରେ ମଣିଷଙ୍କ ପାଇଁ ଏକ ମାରାତ୍ମକ ରୋଗରେ ପରିଣତ କରିହେବ। ‘SARSର ଅପ୍ରାକୃତିକ ଉତ୍ପତ୍ତି ଏବଂ ମଣିଷ ଦ୍ୱାରା ତିଆରି ଭାଇରସ୍’ ନାମକ ବାୟୋ ଉଇପନ (ଜୈବିକ ଅସ୍ତ୍ର)। ଏହି ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ହେବ।
ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ (ASPI) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିଟର ଜେନିଙ୍ଗସ ମିଡିଆକୁ କହିଛନ୍ତି ଯେ, ଏହି ରିପୋର୍ଟ ଏକ ପ୍ରମୁଖ ଉତ୍ସ ହୋଇପାରେ ଯାହା ଦୀର୍ଘ ଦିନରୁ ସନ୍ଦେହ କରାଯାଉଥିଲା।
ସେନ୍ଦେହ କ’ଣ ପାଇଁ ?
୨୦୧୯ ବର୍ଷ ଶେଷ ଆଡକୁ ଏହି ରୋଗର ନାଁ ଉଠେ। ଚକିତ ହୋଇପଡେ ବିଶ୍ୱ ସମୁଦାୟ। ଚାଇନାର ଉହାନ ସହର ଏକ ପରୀକ୍ଷାଗାରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି। ହେଲେ ଚାଇନା କଥା ଲୁଚାଏ। ଧୀରେ ଧୀରେ ସଂକ୍ରମଣ ଦେଶରୁ ଡେଇଁ ବିଦେଶ ଆସେ। ଅସମ୍ଭାଳୁ ହୁଏ ସ୍ଥିତି। ଭାରତରେ ବି ସଂକ୍ରମଣ ବୃଦ୍ଧି ହୁଏ। ଲୋକେ ଥଟ୍ଟାରେ କୁହନ୍ତି, ଚାଇନା ମାଲ, ଚାଇନା ରୋଗ, ଦୀର୍ଘସ୍ଥାୟୀ ନୁହେଁ। ହେଲ ଏ ଭାବନା ସେତେବେଳେ ଭୁଲ ପ୍ରମାଣିତ ହୁଏ, ଯେତେବେଳ ମୃତ୍ୟୁ ସଂଖ୍ୟା ୧୦୦ ପାର କରେ। ଆଉ ତା ପରେ ମୃତ୍ୟୁର ବିଭିଷିକା ଭିତରେ ସମଗ୍ର ବିଶ୍ୱ ନିଜ ଅସ୍ତିତ୍ବ ବଞ୍ଚାଇବାକୁ ସଂଗ୍ରାମ କରନ୍ତି। ଏବେ କିନ୍ତୁ ଚାଇନାର ଅବସ୍ଥା ପୂର୍ବଭଳି ହୋଇଯାଇଛି। ସମ୍ଭବତଃ ସ୍ବଭାବିକ୍, କିନ୍ତୁ ସନ୍ତୁଳି ହେଉଛି ସାରା ବିଶ୍ବ। ଏଭଳି ସ୍ଥିତିରେ ଅଷ୍ଟ୍ରେଲିୟ ନ୍ୟୁଜ ଏଜେନ୍ସିର ତଥ୍ୟ ଠକି ମନେ ହେଉନି କି ?