ଏହାର ମୂଳ କାରଣ ମଧ୍ୟ ସେହି ବିଦ୍ୟୁତ ସଙ୍କଟ । ଉତ୍ପାଦନ ଠପ୍ ହେବା ପରେ କମ୍ପାନୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲି ଯାଇଛି । ଚୀନ୍ର ଅନେକ ଲୋକେ କେବଳ ଯେ ଅନ୍ଧାରରେ ରାତି କାଟୁଛନ୍ତି ତାହା ନୁହେଁ ବରଂ ଆର୍ଥିକ ଗତିବିଧି ଠପ୍ ହୋଇଯିବାରୁ ଏହାର ବଡ଼ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି । ଗ୍ଲୋବାଲ ସପ୍ଳାଇ ଚେନ୍ରେ ବାଧା ଉପୁଜିବାରୁ ଅନ୍ୟ ଦେଶକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ୁଛି । ଚୀନ୍ ସରକାର ବିଜୁଳି ଆବଣ୍ଟନ ଓ ବ୍ୟବହାର ଉପରେ ସୀମା ନିର୍ଦ୍ଧାରଣ କରିଛନ୍ତି । ବିଶେଷ କରି ଉତ୍ତର ଚୀନ୍ରେ ସ୍ଥିତି ଅଧିକ ଖରାପ ରହିଛି ।
ଯେଉଁ ବୈଦ୍ୟୁତିକ ସାମଗ୍ରୀ ଦ୍ୱାରା ଅଧିକ ବିଜୁଳି ଖର୍ଚ୍ଚ ହେଉଛି ସେ ସବୁ ବ୍ୟବହାର କରନ୍ତୁନି ବୋଲି କହିଛନ୍ତି ସରକାର । ଯାହାର ପ୍ରଭାବ କମ୍ପାନୀଗୁଡ଼ିକ ଉପରେ ପଡ଼ିଛି । ଚୀନ୍ରେ ବିଜୁଳି ସଙ୍କଟ ଏତେ ଖରାପ ଯେ, ଆପଲ ଏବଂ ଟେସଲା ଭଳି କମ୍ପାନୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ସବୁ କମ୍ପାନୀର ସପ୍ଲାୟର୍ସଙ୍କୁ ବିଜୁଳି ମିଳୁନଥିବାରୁ ଅନେକ ପ୍ଲାଣ୍ଟରେ କାମ ବନ୍ଦ ରହିଛି ।