ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନର କମ୍ୟୁନିଷ୍ଟ ସରକାର ଏହି କମ୍ପାନୀର ପ୍ରେସିଡେଂଟ କୋଙ୍ଗ ଲିନଙ୍କ ଏକ ଦୁର୍ନୀତି ମାମଲାରେ ବାଓଙ୍କୁ ଗତ ଛଅ ମାସ ଧରି ପଚରା ଉଚୁରା କରୁଥିଲା । ସେ ନିଖୋଜ ହେବା ସମ୍ପର୍କରେ ତାଙ୍କର ପରିବାରର ଲୋକ ମାନଙ୍କୁ ସୂଚନା ଦିଆଯାଇଛି । 2021 ମସିହାରେ ଶି ଜିନପିଙ୍ଗ ସରକାର ଚୀନର ଫାଇନାନ୍ସିଆଲ ସେକ୍ଟରରେ ହୋଇଥିବା ଦୁର୍ନୀତିକୁ ସମ୍ପର୍କରେ ଜାଂଚ ଆରମ୍ଭ କରି ଦେଇଥିଲେ । ଏବେ ବଡ ବଡ କମ୍ପାନୀ ମାନ ଏହି ଜାଂଚର ପରିଧିରେ ଆସି ସାରିଛନ୍ତି ।
ପ୍ରଥମ ଥର ପାଇଁ ଚୀନରେ ଏପରି ହୋଇ ନାହିଁ । ଚୀନର କୌଣସି ବଡ ବିଜନେସମ୍ୟାନ ପ୍ରଥମ ଥର ପାଇଁ ନିଖୋଜ ହୋଇ ନାହିଁ । ଏହା ପୂର୍ବରୁ ଅନେକ ଥର ଏପରି ହୋଇ ସାରିଛି । ଚୀନର କମ୍ୟୁନିଷ୍ଟ ସରକାର ନିକଟରେ ଏଭଳି ଅଧିକାର ଅଛି ଯେ ସେ କୌଣସି ମାମଲାରେ ସଂଦିଗ୍ଧ ବ୍ୟକ୍ତି ମାନଙ୍କୁ କୌଣସି ପ୍ରକାର ଆଇନଗତ ସହାୟତା ନ ଦେଇ ଦୀର୍ଘ ବର୍ଷ ଧରି ହାଜତରେ ରଖି ପାରେ । 2017 ମସିହାରେ ଚୀନରେ ବିଲିୟନର ବିଜନେସମ୍ୟାନ ଶିୟାଓ ଜିଆନହୁଆ ହଂକଂରୁ ନିଖୋଜ ହୋଇଯାଇଥିଲେ ।
ଶିୟାଓଙ୍କୁ ତାଙ୍କ ହୋଟେଲରୁ ଚୀନର ପୋଲିସ ଉଠାଇ ନେଇଥିଲା । ପାଂଚ ବର୍ଷ ତାଙ୍କ ସମ୍ପର୍କରେ କୌଣସି ପ୍ରକାର ସୂଚନା ମିଳି ନ ଥିଲା । ପାଂଚ ବର୍ଷ ପରେ ଜଣା ପଡିଲା ଯେ ସେ ଚୀନରେ ଅଛନ୍ତି । ଦୁର୍ନୀତି ମାମଲାରେ ତାଙ୍କୁ 13 ବର୍ଷର କାରାଦଣ୍ଡ ଓ 66 ହଜାର କୋଟି ଟଙ୍କାର ଜୋରିମାନା ଲଗା ଯାଇଥିବା ସୂଚନା ମିଳିଥିଲା । ସେହପରି ଅଲିବାବା କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ ମା ମଧ୍ୟ କିଛି ସମୟ ପାଇଁ ନିଖୋଜ ଥିଲେ । ସେ ଚୀନ ସରକାରଙ୍କ ଫାଇନାନ୍ସିଈଲ ରେଗୁଲେଟରର ସମାଲୋଚନା କରିବା ପରେ ସେ ନିଖୋଜ ହୋଇଯାଇଥିଲେ ଓ ପାଖାପାଖି ଏକ ବର୍ଷ ପରେ ପୁଣି ତାଙ୍କୁ ଦେଖାଯାଇଥିଲା ।