ଦୁଇ ଦିନ ତଳେ ଚୀନ୍ ଓ ଭାରତ ମଧ୍ୟରେ ଶୀର୍ଷ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିବା ବେଳେ ବୈଠକର ନିଷ୍ପତ୍ତିକୁ ଅଣଦେଖା କରି ଏଲଏସିରେ ନିଜର ଯୁଦ୍ଧ ବିମାନ ଉଡାଇଛି। ଚୀନ୍ର ନୂଆ ପିଢିର ବିଭିନ୍ନ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ଅଞ୍ଚଳରେ ନିୟମିତ ବ୍ୟବଧାନରେ ଉଡାଣ କରୁଥିବାର ଦେଖିବାକୁ ମିଳିଛି। ଅତ୍ୟାଧୁନିକ ଜେ-୧୧ ଓ ଅନ୍ୟ କେତେକ ଫାଇଟର ଜେଟ୍କୁ ନିୟନ୍ତ୍ରଣ ରେଖାର ଅତି ନିକଟରେ ଉଡାଇ ଉତ୍ତେଜନା ବଢାଉଛି ଚୀନ୍।
ସେପଟେ ଭାରତ ଚୀନ୍ର ଏହି ଗତିବିଧି ଉପରେ ପୁରା ସତର୍କ ନଜର ରଖିଛି। ରାଫେଲ, ମିରାଜ ଓ ସୁଖୋଇ ଯୁଦ୍ଧ ବିମାନ ମୁତୟନ କରି ଭାରତ ଅତ୍ୟନ୍ତ ସତର୍କତା ସହ ଚୀନର ଉତ୍ତେଜନାମୂଳକ ପଦକ୍ଷେପଗୁଡିକର ମୁକାବିଲା କରୁଛି। ଚୀନ୍ର ବିମାନ ଗୁଡିକୁ ଭାରତୀୟ ସୀମାରୁ ଦୂରରେ ରଖିବା ପାଇଁ ଏବେ ନୂଆ ଋଣନିତୀରେ ପଦକ୍ଷେପ ନେଉଛି ଭାରତ। ଚୀନ୍ର ପ୍ରତ୍ୟେକଟି ଉତ୍ତେଜନା ସୃଷ୍ଟି କାରୀ ପଦକ୍ଷେପର ତତ୍କାଳ ଜବାବ୍ ଦେବା ସହ ଚୀନ୍କୁ ଆଗକୁ ବଢିବାକୁ ସୁଯୋଗ ଦେଉନି ଭାରତ ସେନା।
ତେବେ ଏହା ସ୍ପଷ୍ଟ କରିଛନ୍ତି ବାୟୁସେନା ମୁଖ୍ୟ ଭି.ଆର ଚୌଧୁରୀ। ଲଦାଖ ସେକ୍ଯରରେ ଭାରତୀୟ ବାୟୁସେନା ପାଇଁ ଆବଶ୍ୟକିୟ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଶେଷ ହୋଇଥିବାରୁ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଏବେ ରକ୍ତଚାଉଳ ଚୋବାଉଛି। ଚୀନର ସମସ୍ତ ଗତିବିଧି ଉପରେ ନଜର ରଖିବା ଭାରତ ପାଇଁ ସହଜ ହୋଇଯିବା ଦେଖି ଚୀନ୍ ଏବେ ଭାରତକୁ ଉସୁକାଇବା ଭଳି ପଦକ୍ଷେପ ନେଉଛି। ଖାଲିସେତିକି ନୁହେଁ ଲଦାଖ ସୀମାରେ ଖୁବ୍ ଶୀଘ୍ର ଏସ୍ -୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ ହେବାକୁ ଯାଉଥିବା ନେଇ ଚୀନ୍ର ଚିନ୍ତା ଆହୁରି ବଢାଇଦେଇଛି।