ସିବିଆଇ, ED ଓ ରାଜ୍ୟ ସରକାରଙ୍କ ବାବଦରେ ସଂକ୍ଷିପ୍ତ ନୋଟ୍ ଦାଖଲ କରିଥିଲେ। 45ଟି FIR କରିଛି CBI, 23ଟି ମାମଲାର ତଦନ୍ତ ଶେଷ ହୋଇଛି। 21ଟି ମାମଲାରେ ପ୍ରାଥମିକ ଚାର୍ଜସିଟ୍, ଗୋଟିଏ ମାମଲାରେ ବିଚାର ଶେଷ। ତେବେ ଗରିବ ଓଡ଼ିଆ ଚିଟଫଣ୍ଡ ଜମାକାରୀ କେବେ ଫେରିପାଇବେ ଟଙ୍କା ତାହା ବଡ଼ ପ୍ରଶ୍ନ । ୨୦୧୨-୧୩ରେ ରାଜ୍ୟରେ ଚିଟଫଣ୍ଡର ଠକେଇ ହୋଇଥିବା ବେଳେ ୨୦୧୪ରେ ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ହୋଇଥିଲା । 300 କୋଟିର କର୍ପସ ଫଣ୍ଡ ଗଠନ ପରେ ରାଜ୍ୟ ସରକାର କହିଥିଲେ କମିଶନଙ୍କ ରିପୋର୍ଟ ଆସିଲେ କର୍ପସ ଫଣ୍ଡରୁ ମିଳିବ କ୍ଷତିଗ୍ରସ୍ତଙ୍କୁ ଟଙ୍କା ।
ଏଠି ବଡ ପ୍ରଶ୍ନ, ସତ୍ୟପାଠ କଲେ ମାତ୍ର ସରଜମିନ ତଦନ୍ତ କିଏ କରିବ ? ଯେତେବେଳେ ଜମାକାରୀଙ୍କ ତାଲିକା ପ୍ରସ୍ତୁତ ହୋଇନି ସେତେବେଳେ ଟଙ୍କା ଆସିଲେ କାହାକୁ ମିଳିବ ? 7ଟି ଅନ୍ତରୀଣ ରିପୋର୍ଟ ପରେ ଜଷ୍ଟିସ ଏମଏମ କମିସନରେ ତାଲା ପଡି ସାରିଛି । ସେପଟେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରିଇବା କାମ ଆମର ନୁହେଁ ବୋଲି ସୁପ୍ରିମକୋର୍ଟରେ ସ୍ପଷ୍ଟୋକ୍ତି ରହିଛି ସିବିଆଇ । ଅନ୍ୟପଟେ ସୁପ୍ରିମକୋର୍ଟରେ ସିବିଆଇ ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟ କହୁଛି ଘଟଣାରେ ସମ୍ପୃକ୍ତ ନେତା, ମନ୍ତ୍ରୀ ତାଙ୍କ ପାୱାରଙ୍କୁ ବ୍ୟବହାର କରି ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ସ୍ଥିତିରେ କିଭଳି କ୍ଷତିଗ୍ରସ୍ତ ସେମାନଙ୍କ ଟଙ୍କା ଫେରି ପାଇବେ ତାହା ବଡ଼ ପ୍ରଶ୍ନ ।
ଭାରତ ଖବର ଆହୁରି ପଢ଼ନ୍ତୁ ।