ଅର୍ଗସ ବ୍ୟୁରୋ : କରୋନା ମହାମାରୀ କାରଣରୁ ଗତ ୭ ମାସ ଧରି ସମସ୍ତ ସିନେମା ହଲ୍ ବନ୍ଦ ରହିଛି। ତେବେ ପୁଣି ଥରେ କଟକଣା ମଧ୍ୟରେ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିବାକୁ ଯାଉଛି। ଏନେଇ ସରକାର ଆଜି ଏସଓପି ଜାରି କରିଛନ୍ତି। ସିନେମା ହଲ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ। ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏନେଇ ସୂଚନା ଦେଇଛନ୍ତି।
ପ୍ରକାଶ ଜାବଡେକର କହିଛନ୍ତି ଯେ, ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଗୁଡ଼ିକ ଖୋଲିବ। ଦର୍ଶକମାନେ ମାସ୍କ ପିନ୍ଧିବା ଜରୁରୀ। ତେବେ ଜାଣନ୍ତୁ କଣ ରହୁଛି ନିୟମ :
୧-କଣ୍ଟାକ୍ଟ ଟ୍ରେସିଂ ପାଇଁ କଣ୍ଟାକ୍ଟ ନମ୍ଵର ଦେବା ନିହାତି ଜରୁରୀ।
୨-ଥର୍ମାଲ ସ୍କ୍ରିନିଂ କରିବା ନିହାତି ଜରୁରୀ।
୩-ମାସ୍କ ଲଗାଇବା ବାଧ୍ୟତାମୂଳକ।
୪-ପ୍ରବେଶ-ପ୍ରସ୍ଥାନ ଦ୍ଵାରରେ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ବ୍ୟବସ୍ଥା ଟଚ୍ ଫ୍ରି କରିବାକୁ ପଡ଼ିବ।
୫- କରୋନାର ଲକ୍ଷଣ ନଥିବା ଲୋକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।
୬-ଯେଉଁମାନେ କରୋନା ଗାଇଡଲାଇନ ନମାନିବେ ସେମାନଙ୍କ ବିରୋଧରେ ଶକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଭଳି ହେବ ବସିବା ପାଇଁ ବ୍ୟବସ୍ଥା-
୧-ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ବସିବାକୁ ଅନୁମତି ଦିଆଯିବ ନାହିଁ।
୨-ଦୁଇଟି ସିଟ୍ ମଝିରେ ଗୋଟିଏ ସିଟ୍ ଛାଡି ସିଟ୍ ବୁକିଂ କରାଯିବ।
୩-ଜଣେ ବ୍ୟକ୍ତିଙ୍କ ପଛରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବସିବାକୁ ଅନୁମତି ମିଳିବ ନାହିଁ।
ସିନେମା ହଲ ଏବଂ ମଲ୍ଟିଫ୍ଲେକ୍ସ ଭିତରେ କଣ ରହିଛି ଗାଇଡଲାଇନ-
୧-କେବଳ ପ୍ୟାକ ହୋଇଥିବା ଖାଦ୍ୟ ପାଇଁ ଅନୁମତି ମିଳିବ।
୨-ଅନଲାଇନ ପେମେଣ୍ଟ ସୁବିଧା କରାଯିବ।
୩-ଇଣ୍ଟରଭାଲର ସମୟସୀମା ବୃଦ୍ଧି କରାଯିବ, ଯାହା ଫଳରେ ଲୋକମାନେ ବାହାରକୁ ଧାଡ଼ିବାନ୍ଧି ଶୃଙ୍ଖଳାର ସହ ଯାଇପାରିବେ।
୪-ୱାସରୁମ ଗୁଡ଼ିକୁ ପତରିଷ୍କାର ପରିଚ୍ଛନ ରଖାଯିବ।
୫- ଦୁଇଟି ଶୋ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯିବ।
୬-ଶୋ ସରିବା ପରେ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷାକରି ବାହାରକୁ ବାହାରିବାକୁ ପଡ଼ିବ।
୭-ଗୋଟିଏ ଶୋ ସରିବା ପରେ ସମ୍ପୂର୍ଣ୍ଣ ହଲକୁ ସାନିଟାଇଜ୍ କରାଯିବ।
୮-ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ସମ୍ପୂର୍ଣ୍ଣ ପରିସରକୁ ଡିସଇନଫେକ୍ଟ କରିବାକୁ ପଡ଼ିବ।