ସିଏଏ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଦେଶରେ ଏ ପର୍ଯ୍ୟନ୍ତ ସିଏଏ ଲାଗୁ ହୋଇ ନାହିଁ । ତେଣୁ ନାଗରିକତା ଆଇନ, ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁଜରାଟର ଦୁଇଟି ଜିଲ୍ଲା ଆଣନ୍ଦ ଏବଂ ମେହସାଣାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତର ନାଗରିକତା ଭାବେ ପଞ୍ଜିକରଣ ପାଇଁ ଅନୁମତି ପ୍ରଦାନ କରାଯିବ । ସେମାନଙ୍କୁ ଦେଶର ନାଗରିକ ସାର୍ଟିଫିକେଟ୍ ଦିଆଯିବ । ଦୀର୍ଘ ଦିନ ଧରି ଗୁଜରାଟରେ ଏମାନେ ଶରଣାର୍ଥୀ ରୂପେ ରହୁଥିଲେ ।