ଅଧିକ ପଢନ୍ତୁ ଭାରତ ଖବର
ଏହି ସଂକଳ୍ପକୁ ସାକାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ତତ୍କାଳୀନ ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪ରୁ ୨୦୨୧ମସିହା ମଧ୍ୟରେ ଉଜ୍ଜଳା ଯୋଜନାର ସଫଳତା କେନ୍ଦ୍ରମନ୍ତ୍ରୀଙ୍କୁ ଉଜ୍ଜଳା ମ୍ୟାନ୍ ନାମରେ ପରିଚିତ କରିଥିଲା । ଏପରିକି ଚର୍ଚ୍ଚିତ ଟିଭି ସୋ କୌନ ବନେଗା କୋରଡପତିରେ ହୋଷ୍ଟ ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ଧର୍ମେନ୍ଦ୍ରଙ୍କ ଫଟୋଚିତ୍ର ଦେଖାଇ କେଉଁନାମରେ ପରିଚିତ ବୋଲି ପଚାରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ହଟ ସିଟରେ ବସିଥିବା ପ୍ରତିଯୋଗୀ ଉଜ୍ଜଳା ମ୍ୟାନ କହିବାପରେ ତାଳି ମାରି ଉତ୍ତର ସଠିକ୍ ଘୋଷଣା କରିଥିଲେ ବିଗ ବି ।
ଉଜ୍ଜଳା ଆଣିଛି ଗରିବଙ୍କ ଜୀବନରେ ବଡ଼ ପରିବର୍ତ୍ତନ । ଏବେ ଆମ ରାଜ୍ୟରେ ୫୩ ଲକ୍ଷ ଲାଭାର୍ଥୀଙ୍କ ସମେତ ଦେଶର ୧୦ କୋଟି ୩୫ ଲକ୍ଷରୁ ଅଧିକ ଉଜ୍ଜଳା ଲାଭାର୍ଥୀଙ୍କୁ ୩ ଶହ ଟଙ୍କା ସବସିଡିରେ ମିଳୁଛି ଗ୍ୟାସ ସିଲିଣ୍ଡର । ଗତ ଦଶହରା ଓ ରାଖି ପୂର୍ଣ୍ଣିମାରେ ଉପହାର ଦେଇଥିଲେ କେନ୍ଦ୍ର ସରକାର । ଦେଶର ଗରିବ ଓ ମହିଳାଙ୍କ କଲ୍ୟାଣ ଦିଗରେ ଜନକଲ୍ୟାଣକାରୀ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ମହିଳାଙ୍କ ଉତ୍ତମ ସ୍ବାସ୍ଥ୍ୟ, ସମ୍ମାନ ଓ ସଶକ୍ତିକରଣ ଦିଗରେ ସମ୍ବେଦନଶୀଳ ପଦକ୍ଷେପ କହିଥିଲେ କେନ୍ଦ୍ରମନ୍ତ୍ରୀ । ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଭାରତର ଇତିହାସରରେ ଉଜ୍ଜଳା ଏକ ସ୍ବର୍ଣ୍ଣିମ ଯୋଜନା ଭାବେ ଅଭିହିତ ହୋଇଛି । ଯାହାକୁ ଦେଶବାସୀ ସ୍ବାଗତ କରିଛନ୍ତି ।