କୋକେନ ଜବତ ମାମଲାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ଵକପ ପୂର୍ବରୁ ଚାଲିଥିଲା ମାର୍କେଟ ପ୍ରସ୍ତୁତ । ବିଦେଶୀ ଦର୍ଶକଙ୍କୁ କୋକେନ ବିକ୍ରି ପାଇଁ ଚାଲିଥିଲା ମସୁଧା । ବିଦେଶୀ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ କରାଯାଇଥାନ୍ତା ଯୋଗାଯୋଗ । ଦିଲ୍ଲୀର ତୁର୍କ ମାନଗେଟରେ ରବିର ବିଗବସ । ସେଠାରୁ ସପ୍ଲାଏ ହେଉଛି ଓଡିଶାକୁ କୋକେନ ।
୨୦୧୦ରେ କମନୱେଲଥ ଗେମବେଳେ କୋକେନ ବ୍ୟବସାୟ ଆରମ୍ଭ କରିଥିଲା ରବି । ରାଜସ୍ଥାନରେ ଚଳାଉଥିଲା ହୋଟେଲ ବ୍ୟବସାୟ, ଦିଲ୍ଲୀରେ ଚଳାଉଥିଲା ଟ୍ରାଭେଲ ବ୍ୟବସାୟ । ରବିଠାରୁ ଜବତ ହୋଇଛି ସାଉଥ ଆଫ୍ରିକା ନୋଟ । ରବି ଓ ସନ୍ନିଙ୍କ କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ । ସେପଟେ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କଲା STF । ରବି ସିଂ ଓ ସନୀ କୁମାରକୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ STF ।
ଆହୁରି ଅଧିକ ଜାତୀୟ ଖବର ପଢନ୍ତୁ …