ବିଜେପିରେ ମିଶିବା ନେଇ ବିଧାନସଭା ସଚିବକୁ ଚିଠି ଦେଇଛନ୍ତି କଂଗ୍ରେସ ଛାଡ଼ିଥିବା ବିଧାୟକ ଟିମ୍ । ସେମାନଙ୍କୁ ବିଜେପି ପରିବାରକୁ ସ୍ବାଗତ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି । ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ପାଖରେ ୧୧ ବିଧାୟକ ଥିବା ବେଳେ ବିଜେପି ପାଖରେ ୨୦ ବିଧାୟକ ଥିଲେ । ଏବେ ୮ କଂଗ୍ରେସ ବିଧାୟକ ବଜେପିରେ ମିଶିବା ପରେ ରାଜ୍ୟରେ ଆଉ ମାତ୍ର ୩ ବିଧାୟକ ରହିଯାଇଛନ୍ତି । ୨୦୧୯ରେ ବି ଠିକ୍ ଏଭଳି ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା । ୧୦ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତେବେ ରାହୁଲ କଂଗ୍ରେସକୁ ମଜବୁତ୍ କରିବା ପାଇଁ ‘ଭାରତ ଯୋଡ଼ୋ’ ଅଭିଯାନ ଆରମ୍ଭ କରିଥିବା ସମୟରେ ଗୋଟିଏ ରାଜ୍ୟର ଏତେ ସଂଖ୍ୟକ ବିଧାୟକ ଦଳ ଛାଡ଼ିବା କଂଗ୍ରେସ ଓ ରାହୁଲଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗେଇଛି ।