ସେହିଭଳି ଓଡିଶାରୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭକ୍ତ ଚରଣ ଦାସ ମଧ୍ୟ ଏହି ଅବସରରେ ସାମିଲ ହୋଇଥିଲେ । ଏହି ଅବସରରେ ସେ କହିଛନ୍ତି ଆଜି ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ଆଜିଠାରୁ ତ୍ରିରଙ୍ଗା କ୍ୟାମ୍ପେନ ଆରମ୍ଭ କରିଛି । କଂଗ୍ରେସର ବିଚାର ଧାରା ଓ ପ୍ରତିଷ୍ଠାତାକୁ ବଜାୟ ରଖିବାକୁ ପ୍ରତ୍ୟେକ କଂଗ୍ରେସ କର୍ମୀ ପ୍ରତିବଦ୍ଧ । ଏହା ସଂଗଠନକୁ ମଜବୁତ କରୁଛି ।
କୃଷକ ନିଜ ହକ ପାଇଁ ଲଢ଼େଇ କରୁଛନ୍ତି ଆମେ ତାଙ୍କ ସହିତ ରହିଛୁ । ଅନ୍ୟ ପକ୍ଷରେ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ନେଇ ବିଜେପିର କଟାକ୍ଷରେ ସେ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ସର୍ବଦା କହିଆସେ କଂଗ୍ରେସରେ ରାହୁଲ ଗାନ୍ଧୀଙ୍କ ଛଡା ଅନ୍ୟ କୌଣସି ନେତା ନାହାନ୍ତି କି? କଂଗ୍ରେସ ରେ ଅନେକ ପ୍ରମୁଖ ନେତା ଅଛନ୍ତି । ସେ କୌଣସି କାରଣ ନେଇ ବିଦେଶ ଯାତ୍ରା କରିଛନ୍ତି ତାକୁ ନେଇ କଟାକ୍ଷ କରିବା ଉଚିତ ନୁହେଁ ବୋଲି କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ଭକ୍ତ ଚରଣ ଦାସ କହିଛନ୍ତି। ଆଗାମୀ ଦିନରେ କଂଗ୍ରେସ ପୂର୍ବ ପରି ପୁଣି ମଜଭୂତ ହେବ। ଆମେ ପୁଣି ସରକାର କରିବୁ ସେ ବିଶ୍ୱାସ ଅଛି। ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ ଆମେ ପୁଣି ଲଢ଼ିବୁ। ସେ ହିଁ ଦଳର ମଙ୍ଗ ଧରିବେ ବୋଲି ସେ କହିଛନ୍ତି।