ଅର୍ଗସ ବ୍ୟୁରୋ: ଗୁଜରାଟରେ ବିଜେପିର ରେକର୍ଡ ବିଜୟ ହାସଲ କରିଛି। ହିମାଚଳରେ ବିଜୟୀ କଂଗ୍ରେସକୁ କଡା ଟକ୍କର। ଗୋଟିଏ ପଟେ ଗୁଜରାଟରେ ୧୫୦ ଆସନ ପାର୍ କରି ବଡ ବିଜୟ ହାସଲ କରିଛି ବିଜେପି। ଅନ୍ୟପଟେ ହିମାଚଳରେ ପୂର୍ବ ପରମ୍ପରା ଜାରି ରହିଛି। ୫ ବର୍ଷ ଶାସନ କ୍ଷମତାରେ ଥିବା ବିଜେପି ଜୋରଦାର ଲଢ଼େଇ କରି ଅଳ୍ପ ଆସନ ବ୍ୟବଧାନରେ କଂଗ୍ରେସ ଠାରୁ ପରାଜୟ ହାସଲ କରିଛି। ଏଠାରେ ପ୍ରତି ୫ ବର୍ଷରେ ସରକାର ବଦଳାଇବାର ଧାରାକୁ ପୁଣି କାଏମ ରଖିଛନ୍ତି ହିମାଚଳବାସୀ। ବିଜେପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଶାସନ କ୍ଷମତ ଧରି ରଖିବାର ଦୃଢୋକ୍ତି ଅସଫଳ ହୋଇଛି। ନିର୍ବାଚନୀ ବାଜି ଓଲଟାଇ ବାରେ ସଫଳ ହୋଇଛି କଂଗ୍ରେସ।
ମଣ୍ଡି ଜିଲ୍ଲାର ସେରାଜରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଲଗାତାର ୬ଷ୍ଠ ଥର ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଅନ୍ୟପଟେ ହିମାଚଳରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦର ବଡ ଦାବିଦାର କୁହାଯାଉଥିବା ସୁଖବିନ୍ଦର ସିଂ ସୁଖୁ ନାଦାଉନ CONSTITUENCY ରୁ ବିଜୟ ହାସଲ କରିଥିବା ବେଳେ କଂଗ୍ରେସର ବଡ ନେତା ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ହରୋଲିରୁ ଜିତିଛନ୍ତି। ତେବେ ହିମାଚଳର ପୂର୍ବ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ ଙ୍କ ପତ୍ନୀ ତଥା ମୁଖ୍ୟମନ୍ତ୍ରୀ ପଦର ବଡ ଦାବିଦାର ପ୍ରତିଭା ସିଂ କଂଗ୍ରେସର ବିଜୟକୁ ନେଇ ଦଳ ନିଶ୍ଚେତ ଥିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ରାଜନୀତି ଖବର ଆହୁରି ପଢନ୍ତୁ ।