ନିକଟରେ ଗୁଲାମ ନବୀ ଆଜାଦଙ୍କ ଭଳି ଭେଟରାନ ଲିଡର୍ ଦଳ ଛାଡ଼ିବା ସହ କଂଗ୍ରେସର ଅସଲ ମୁଖା ସର୍ବସମ୍ମୁଖରେ ଖୋଲିଛନ୍ତି । ତେଣୁ ଏଭଳି ପରିସ୍ଥିତି ମଧ୍ୟରେ ଭାରତ ଯୋଡ଼ୋ ନାଁରେ ରାହୁଲଙ୍କୁ ରିଲଞ୍ଚ କରିବାକୁ ଦଳ ଚାହୁଁଥିବା ବେଳେ ସେପଟେ କଂଗ୍ରେସ ଛୋଡ଼ୋ ଅଭିଯାନ ଜାରି ରହିଛି । ଯେଉଁଥିପାଇଁ ଗୋଆରେ ୮ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇସାରିଛନ୍ତି । ସେପଟେ ବହୁଦିନ ପରେ କଂଗ୍ରେସରେ ହେଉଛି ସଭାପତି ନିର୍ବାଚନ ।
ଅଣଗାନ୍ଧି ପରିବାରରୁ ଜଣେ ଅଧ୍ୟକ୍ଷ ହେବାକୁ ଯାଉଥିବାରୁ ସାରା ଦେଶର ନଜର ଏହି ନିର୍ବାଚନ ଉପରେ ରହିଛି । କିନ୍ତୁ କଂଗ୍ରେସର ରାଜ୍ୟ ସଭାପତି ଏବଂ ଏଆଇସିସି ସଦସ୍ୟ ଚୟନ ପାଇଁ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ କ୍ଷମତାପନ୍ନ କରିବା ପାଇଁ ସମସ୍ତ ରାଜ୍ୟ ସଂଗଠନ ପ୍ରସ୍ତାବ ଆଗତ କରିବାକୁ ଶୀର୍ଷ ନେତୃତ୍ବ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସୋନିଆଙ୍କୁ ରାଜ୍ୟ ସଭାପତି ଏବଂ ଏଆଇସିସି ସଦସ୍ୟ ଚୟନ ପାଇଁ ଅଧିକାର ପ୍ରଦାନ କରିବା ନିମନ୍ତେ ପ୍ରସ୍ତାବ ଚଳିତ ମାସ ୨୦ ତାରିଖ ପୂର୍ବରୁ ପାରିତ କରିବାକୁ କୁହାଯାଇଛି ।
ତେଣୁ ଯଦି ଏଭଳି ପ୍ରସ୍ତାବ ପାରିତ ହୁଏ, ତେବେ ନିର୍ବାଚନ ନାଁରେ କାହିଁକି ଧର୍ମକୁ ଆଖିଠାର ମାରୁଛନ୍ତି କଂଗ୍ରେସ ହାଇକମାଣ୍ଡ । ତେଣୁ ସ୍ୱାଭାବିକ ଭାବେ ଆସନ୍ତା ମାସରେ ଥିବା ସାଂଗଠନିକ ନିର୍ବାଚନର ପୂରା ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିଭଳି ଅଧ୍ୟକ୍ଷ ପଦ ଛାଡ଼ୁଥିଲେ ମଧ୍ୟ ଦଳର ପାୱାର ସେଣ୍ଟର କିନ୍ତୁ ଗାନ୍ଧି ପରିବାର ନିଜ ପାଖରେ ହିଁ ରଖୁଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।