ବିରୋଧୀ ପକ୍ଷରୁ ପ୍ରଥମେ ବିତର୍କରେ ଭାଗ ନେଇଥିଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ବିଲକୁ ସମର୍ଥନ ଜଣାଇଥିଲେ ବି ମୋଦି ସରକାରଙ୍କୁ ଯେପରି ସବୁ ଶ୍ରେୟ ଚାଲିନଯାଏ ସେଥିପାଇଁ ଭରପୁର ପ୍ରୟାସ କରିିଥିଲେ ସୋନିଆ । କହିଥିଲେ ମହିଳା ସଂରକ୍ଷଣ ବିଲ ଆମର ଏହି ରାଜୀବ ଗାନ୍ଧିଙ୍କ ସ୍ବପ୍ନ । ଏଥିସହ ଏସସି, ଏସଟି, ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରିଥିଲେ । ଏହାର ବିଜେପି ପକ୍ଷରୁ ଏହାର କାଉଣ୍ଟର କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଓ ସାସଂଦ ନିଶିକାନ୍ତ ଦୁବେ ।
ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ। ଅର୍ଥାତ ଲୋକସଭାରେ 543 ଆସନ ଆସନ ମଧ୍ୟରୁ 181 ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ସେହିପରି ଓଡ଼ିଶା ବିଧାନସଭାର 147 ଆସନ ମଧ୍ୟରୁ 49ଟି ଆସନ ରିଜର୍ଭ ରହିବ ମହିଳାଙ୍କ ପାଇଁ । ତେବେ ରାଜ୍ୟସଭା କିମ୍ବା ବିଧାନ ପରିଷଦ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ।
ସେହିପରି ଏସସି ଏସଟି ମହିଳାଙ୍କ ପାଇଁ ବିଲରେ ଅଲଗା ସଂରକ୍ଷଣ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଏସସି ଏସଟି ବର୍ଗଙ୍କ ପାଇଁ ଥିବା ସଂରକ୍ଷିତ ଆସନ ମଧ୍ୟରୁ 33 ପ୍ରତିଶତ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ବର୍ତ୍ତମାନ ଲୋକସଭାରେ ଏସସି ବର୍ଗ ପାଇଁ 84ଟି ଆସନ ସଂରକ୍ଷିତ ଥିବା ବେଳେ ବିଲ ଲାଗୁ ହେଲେ ସେଥିରୁ 28ଟି ଆସନ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ହେବ । ସେହିପରି ଏସଟି ବର୍ଗ ପାଇଁ ଏବେ 47ଟି ଆସନ ସଂରକ୍ଷିତ ରହିଛି । ନାରୀ ଶକ୍ତି ବିଧେୟକ କାର୍ଯ୍ୟକାରୀ ହେଲେ ସେଥିରୁ 16ଟି ଆସନ ସଂରକ୍ଷିତ ରହିବ ଏସଟି ମହିଳାଙ୍କ ପାଇଁ ।
ଆହୁରି ପଢନ୍ତୁ ଭାରତ ଖବର...