ଏବେ ଦୃଷ୍ଟି ପକାଇବା ଏହି ଘଟଣା କିଭଳି ଘଟିଥିଲା ।
ଡିସେମ୍ବର 31 ତାରିଖ ଦିନ ସନ୍ଧ୍ୟାରେ ହ୍ୱାଟସଆପ ଏକ ଭିଡିଓ ପୋଷ୍ଟ ଜାରି କରିଥିଲା । ଏହି ପୋଷ୍ଟରେ ଏକ ଗ୍ଲୋବ ପ୍ରଦର୍ଶିତ କରାଯାଇଥିଲା । ଏହି ପୋଷ୍ଟରେ ଜାମ୍ମୁ କାଶ୍ମୀର ସମ୍ପର୍କରେ ଭାରତର ମାନଚିତ୍ର ଭୁଲ ଭାବେ ଦର୍ଶାଯାଇଥିଲା । ଏଭଳି ଘଟଣା କେନ୍ଦ୍ର ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଦୃଷ୍ଟିକୁ ଆସିଥିଲା ।
ସେ ଆଦୌ ବିଳମ୍ବ ନ କରି ହ୍ଟାଟସ ଆପକୁ ଚରମ ଚେତାବନୀ ଦେଇଥିଲେ । ଦେଖନ୍ତୁ ଏହି ଟ୍ୱିଟକୁ । ମନ୍ତ୍ରୀ ଚନ୍ଦ୍ରଶେଖର ଏହି ଟ୍ୱିଟରେ ହ୍ଟାଟସଆପକୁ କଣ ଚେତାବନୀ ଦେଇଥିଲେ ।
ରାଜୀବ ଚନ୍ଦ୍ରଶେଖର ଟ୍ୱିଟରେ କହିଥିଲେ – ପ୍ରିୟ ହ୍ୱାଟସଆପ, ଆପଣଙ୍କୁ ନିବେଦନ ଯେ ଭାରତର ଯେଉଁ ଭୁଲ ମାନଚିତ୍ର ଦିଆଯାଇଛି ତାକୁ ତୁରନ୍ତ ଠିକ କରନ୍ତୁ ।
ସେ ହ୍ୱାଟସ ଆପ ଆଳରେ ଅନ୍ୟ ସମସ୍ତ ସୋସିଆଲ ମିଡିଆ କମ୍ପାନୀଙ୍କୁ ଚେତାବନୀ ଦେଇ କହିଥିଲେ ଯେ – ସମସ୍ତ ପ୍ଲାଟଫର୍ମ ଯେଉଁ ମାନେ ଭାରତରେ ବାଣିଜ୍ୟ ଜାରି ରଖିବାକୁ ଚାହାନ୍ତି, ସେମାନଙ୍କୁ ଭାରତର ମାନଚିତ୍ରକୁ ସଠିକ ଭାବେ ଦେଖାଇବାକୁ ପଡିବ ।
ଭାରତ ସରକାରଙ୍କ ମନ୍ତ୍ରୀ ଏହି ଚରମ ଚେତାବନୀ ଦେବା ପରେ ହ୍ଟାଟସଆପ ଆଉ କାଳ ବିଳମ୍ବ ନ କରି ତୁରନ୍ତ ଭିଡିଓକୁ ଡିଲିଟ କରିବା ସହ କ୍ଷମା ପ୍ରାର୍ଥନା କରିଥିଲା ।
ହ୍ୱାଟସଆପ ଟ୍ୱିଟ କରି ମନ୍ତ୍ରୀଙ୍କୁ ଉତ୍ତର ରେ କହିଲା – ଆମର ଭୁଲ ସମ୍ପର୍କରେ ଆମକୁ ଅବଗତ କରାଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଆମେ ଉକ୍ତ ଭିଡିଓକୁ ହଟାଇ ନେଇଛୁ । ଏହି ଭୂଲ ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଭବିଷ୍ୟତରେ ଏପରି ଭୁଲ ଯେପରି ନ ହେବ ସେଥି ପ୍ରତି ଧ୍ୟାନ ଦେବୁ ।
ଭାରତ ଖବର ଆହୁରି ପଢନ୍ତୁ