ଜଣେ ୧୫ ବର୍ଷର ଝିଅଟିଏ, ଏ ଓଜସ୍ଵିନୀ ଭାଷଣ ଶୁଣି ସ୍ତବ୍ଧ ହୋଇ ଯାଇଥିଲା ପୂରା ପରିବେଶ । କିନ୍ତୁ କିଛି ସମୟର ନିସ୍ତବ୍ଧତା ପରେ ତାଳିରେ କମ୍ପିଥିଲା ପୂଜା ପରିବେଶ । COP26 ସମ୍ମିଳନୀରେ ଏମିତି କିଛି ଅଭିଭାଷଣ ରଖିଥିବା ଝିଅ ଥିଲେ ଆମ ତାମିଲନାଡୁର ଛୋଟ ସହର ତିରୁଭାନ୍ନାମାଲାଇର ବିନୀଶା ଉମାଶଙ୍କର ।
ବ୍ରିଟେନର ପ୍ରିନ୍ସ ୱିଲିୟମ୍ସଙ୍କ ଦ୍ୱାରା ଆୟାଜିତ ଆର୍ଥସଟ୍ ପୁରସ୍କାର ପାଇଁ ଏହି ୧୫ ବର୍ଷ ବୟସ୍କା ଭାରତୀୟ ଛାତ୍ର ବିନିଶା ଉମାଶଙ୍କର ପୁରସ୍କାର ପାଇଛନ୍ତି । ଏହି ପୁରସ୍କାର ପାଇବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।
ପ୍ରଦୂଷଣ ବଳୟରେ ସନ୍ତୁଳୀ ହେଉଥିବା ପୃଥିବୀ ଏବେ ଏହି ସମସ୍ୟାରୁ କେମିତି ମୁକୁଳିବ ସେ ନେଇ ଚଳାଇଛି ପ୍ରୟାସ । ବିଭିନ୍ନ ଘଟଣା ଯୋଗୁଁ ଆଜି ସମଗ୍ର ବିଶ୍ଵର ମୁଣ୍ଡବିନ୍ଧା ପାଲଟିଛି ବିଶ୍ୱର ଉଷ୍ଣତା ବୃଦ୍ଧି ବା ଗ୍ଲୋବାଲ ୱାର୍ମିଂ । କାରଖାନା ଏବଂ ଯାନବାହାନରୁ ବାହାରୁଥିବା ଧୂଆଁ, ଆମ ପୃଥିବୀକୁ ଉତ୍ତପ୍ତ କରୁଛି ।
ଏହି କାରଣରୁ, ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ବରଫ ତରଳୁଛି ଏବଂ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଛି । ଏନେଇ ଅନେକ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଲଗାତାର ଗ୍ଲୋବାଲ ୱାର୍ମିଂକୁ ରୋକିବାକୁ ପ୍ରୟାସ କରୁଛନ୍ତି । ଏହି କ୍ରମରେ ବିଶ୍ୱର ବଡ଼ ବିପଦକୁ ବୁଝିପାରି ନବମ ଶ୍ରେଣୀରେ ପଢୁଥିବା କୁନି ବୈଜ୍ଞାନିକ ବିନିଶା ଉମାଶଙ୍କର ଆବିଷ୍କାର କରିଛନ୍ତି ସୋଲାର ଆଇରନିଂ କାର୍ଟ, ଯାହାକି ସୌରଶକ୍ତିରେ ଚାଳିତ ।
କପଡା ଇସ୍ତ୍ରୀ କରିବା ପାଇଁ କୋଇଲା ବ୍ୟବହାରକୁ କମାଇବାକୁ ସେ ଏହି ଅଭିନବ ପ୍ରକଳ୍ପ ପ୍ରସ୍ତୁତ କରି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ହୋଇଛି
"We are proof that the greatest challenge in the history of our Earth is also the greatest opportunity.
We lead the greatest wave of innovation humanity has ever known." - @Vinisha27738476, Finalist of The #EarthshotPrize speaking at #COP26 pic.twitter.com/kdfohxrtP7 — The Earthshot Prize (@EarthshotPrize) November 3, 2021