ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସାମଜିକ ଦୂରତ୍ୱ ଏକମାତ୍ର ପନ୍ଥା । ଏପରିକି ଟଙ୍କା ଗଣିବା ପରେ ହାତ ଭଲ ଭାବେ ଧୋଇବାକୁ ଦିଆଯାଉଛି ପରାମର୍ଶ । ଏହାକୁ ଦୃଷ୍ଟିରେ ରଖି ଡିଜିଟାଲ ପେମେଣ୍ଟ ଉପରେ ଜୋର ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଏକ ଭିଡିଓ ଶେୟାର କରି ମହାମାରୀରୁ ମୁକୁଳିବା ପାଇଁ ଡିଜିଟାଲ ନେଣ ଦେଣ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି କୋରୋନା ଭାଇରସ୍ ଦେଶ ପାଇଁ ବଡ଼ ସଙ୍କଟ ଅଟେ । ଭିଡିଓରେ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କୋରୋନା ଭାଇରସ୍ ପାଇଁ ଦେଶ ସଙ୍କଟରେ ରହିଛି । ଏଭଳି ସମୟରେ ଲୋକମାନେ ଘରେ ରହି ଡିଜିଟାଲ ଟ୍ରାଞ୍ଜାକ୍ସନ କରନ୍ତୁ ।
ଏଥିପାଇଁ ଡେବିଟ କାର୍ଡ, କ୍ରେଡିଟ୍ କାର୍ଡ, ମୋବାଇଲ ଆପ୍ ମାଧ୍ୟମରେ ଟଙ୍କା ନେଣ ଦେଣ ପକ୍ରିୟାରେ କରନ୍ତୁ ବୋଲି ଶକ୍ତକାନ୍ତ ଦାସ କହିଛନ୍ତି । ଲକଡାଉନ ସମୟରେ ଯଦି ଲୋକ ଟଙ୍କା ନେଣ ଦେଣ ପକ୍ରିୟା ଜାରି ରଖିବେ ତେବେ ଜଣେ ଅନ୍ୟ ଜଣକ ସଂସ୍ପର୍ଶରେ ଆସିବେ ଯାହା ଫଳରେ କୋରୋନ ଭାଇରସ୍ ଆରାମରେ ବ୍ୟାପିବ ବୋଲି କହିଛନ୍ତି ଶ୍ରୀ ଦାସ । ଏଭଳି ସମୟରେ ଡିଜିଟାଲ ଟଙ୍କା ନେଣ ଦେଣ ପ୍ରକ୍ରିୟା ସୁରକ୍ଷିତ ବୋଲି ଭିଡିଓରେ କହିଛନ୍ତି ଶକ୍ତିକାନ୍ତ ।
