ବେଉସା ଛଡାଇ ନେଇଛି ବିଶ୍ବମହାମାରୀ କୋରୋନା । ଅଟୋ ଚାଳକଙ୍କଠାରୁ ଆରମ୍ଭ କରି ରିକ୍ସାଚାଳକ, ଛୋଟ ଛୋଟ ବ୍ୟବସାୟୀ, ଚାଷୀ, ମାଛ ବ୍ୟବସାୟୀ ଆଦିଙ୍କ ବେଉସା ବୁଡି ଯାଇଛି । ଏଠାରେ ଶହ ଶହ ଅଟୋ ରିକ୍ସା ଥୁଆ ହୋଇଛି । ଅଟୋ ଚାଳକମାନେ ଦୀର୍ଘ ଦିନ ହେଲା ଗାଡି ଥୋଇ ଘରେ ବସିଛନ୍ତି । ଦୈନିକ ରୋଜଗାର କରିଆଣି ପରିବାର ପ୍ରତିପୋଷଣ କରୁଥିବା ଏହି ଅଟୋ ଚାଳକମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ଦୃଶ୍ୟ ହେଉଛି ଉତ୍ତର ପ୍ରଦେଶ କାନପୁର ସହରର । ଅନେକ ଅଟୋ ଚାଳକଙ୍କ ଘରେ ଚୁଲି ଜଳୁ ନାହିଁ । ନିରୁପାୟ ହୋଇ ଏହି ଚାଳକମାନେ ମିଳିଲା ଦିନ ଖାଉଛନ୍ତି ନ ମିଳିଲା ଦିନ ଅଟୋରେ ଶୋଇ ରହୁଛନ୍ତି . । କେବଳ ଅଟୋ ଚାଳକ ନୁହେଁ, ରିକ୍ସା ଚାଳକଙ୍କ ଅବସ୍ଥା ମଧ୍ୟ ଆହୁରି ଖରାପ । ଲକ ଡାଉନ ଯୋଗୁଁ ଲୋକେ ବାହାରକୁ ବାହାରୁ ନାହାଁନ୍ତି । ତେଣୁ ରିକ୍ସାରେ ଯିବ କିଏ ।
ଯାହା ସରକାରୀ ସହାୟତା ମିଳୁଛି ସେଥିରେ ଜୀବନ ବିତୁଛି . ରିକ୍ସାକୁ ଥୋଇ ଚାଳକମାନେ ଘରେ ହାତ ବାନ୍ଧି ବସିଛନ୍ତି । କିଛି ଅଟୋ ଓ ରିକ୍ସାଚାଳକଙ୍କର ରାସନ କାର୍ଡ ଥିବାରୁ ସେମାନେ କୌଣସି ମତେ ଚଳି ଯାଉଛନ୍ତି । ମାତ୍ର ଯେଉଁମାନଙ୍କର ରାସନ କାର୍ଡ ନାହିଁ, ସେମାନେ ଓଳିଏ ଖାଇ ଓଳିଏ ଉପବାସରେ ଦିନ କାଟୁଛନ୍ତି । ତେବେ ଫଳ ଓ ପରିବା ବ୍ୟବସାୟୀଙ୍କ ପାଇଁ କିଟିଏ କଟକଣା କୋହଳ ଥିବାରୁ , ସେମାନେ କୌଣସି ମତେ ଚଳି ଯାଉଛନ୍ତି । କେବଳ ଉତ୍ତର ପ୍ରଦେଶ କିମ୍ବା ଓଡିଶା ନୁହେଁ, ଏପରି ଅବସ୍ଥା ସମଗ୍ର ଦେଶରେ ଲାଗି ରିହଛି । କୋରୋନା ପାଇଁ କୋଟି କୋଟି ଲୋକଙ୍କର ବେଉସା ବୁଡିଯାଇଛି ।
ୟତେବେ ଏହି ସମୟରେ କେନ୍ଦ୍ର ସରକାରଙ୍କ ସହାୟତା ବହୁ ଲୋକଙ୍କ ଜୀବନ ରକ୍ଷା କରିଛି । ବିଭିନ୍ନ ଉପାୟରେ ଯଥା, ମାଗଣା ଉଜ୍ଜ୍ବଳା ଗ୍ୟାସ, ଜନଧନ ଆକାଉଣ୍ଟକୁ ମାସିକ 500 ଶହ ଟଙ୍କା, ଚାଉଳ, ଡାଲି ଆଦି ରାସନ ସାମଗ୍ରୀ ଲୋକଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି ।
