ଯଦି ହୋଇଥିଲା ତାହେଲେ ସାବଧାନ ହୋଇ ଯାଆନ୍ତୁ ।
ନିଜର ମସ୍ତିଷ୍କ ଓ ମାନସିକ ସ୍ବାସ୍ଥ୍ୟ ବିଷୟରେ ସାବଧାନ ହୋଇ ଯାଆନ୍ତୁ । କାରଣ ଅକାଳରେ ମସ୍ତିଷ୍କକୁ ବୁଢା କରି ଦେଉଛି କରୋନା ଭାଇରସର ପାର୍ଶ୍ବ ପ୍ରତିକ୍ରିୟା । କରୋନା କୋପରୁ ବର୍ତ୍ତୀ ଯାଇଥିବା ଲୋକଙ୍କ ପିଛା ଛାଡ଼ୁନି ଏହାର କୁପ୍ରଭାବ । ମଣିଷ ମସ୍ତିଷ୍କକୁ ବୁଢା କରି ଦେଇ ପାରେ ଏହି ରୋଗ । ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ମାନସିକ ସ୍ତରରେ ପ୍ରାୟ ୨୦ ବର୍ଷ ବୁଢା ହୋଇଯାଇ ପାରେ । ସ୍ମୃତି ଶକ୍ତି କମି ପାରେ । କମିଯାଏ ଆଇକ୍ୟୁ ବା ଇଣ୍ଟେଲିଜେଣ୍ଟ କୋସେଣ୍ଟ । କରୋନାଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା ରୋଗୀଙ୍କ ଆଇକ୍ୟୁ ସ୍ତର ୧୦ ପଏଣ୍ଟ ହ୍ରାସ ହୋଇପାରେ । ଆଇକ୍ୟୁ ହେଉଛି ଜଣେ ମଣିଷ ବୁଦ୍ଧିର ମାପ କାଠି ।
ଏହି ଭୟଙ୍କର ତଥ୍ୟ ଜଣା ପଡିଛି କ୍ୟାମ୍ବ୍ରିଜ୍ ୟୁନିଭର୍ସିଟି ଏବଂ ଇମ୍ପେରିଆଲ୍ କଲେଜ୍ ଲଣ୍ଡନରେ କରାଯାଇଥିବା ଗବେଷଣାରୁ । ଆଇସିୟୁରେ ଭର୍ତ୍ତି ହୋଇ ଭଲ ହୋଇଥିବା କିଛି କୋଭିଡ ଆକ୍ରାନ୍ତଙ୍କ ଉପରେ ହୋଇଥିଲା ଗବେଷଣା । ଜଣା ପଡିଛି କୋଭିଡ ଆକ୍ରାନ୍ତ ହେବାର ୧୨ ସପ୍ତାହ ପରେ, ପ୍ରତି ୭ ରୋଗୀଙ୍କ ମଧ୍ୟରୁ ଜଣେ ସ୍ମୃତି ଶକ୍ତି ହରାଇବା ସମସ୍ୟାରେ ପଡନ୍ତି । ବ୍ରିଟେନରେ କୋଭିଡ ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏକ ତୃତୀୟାଂଶ ରୋଗୀଙ୍କ କ୍ଷେତ୍ରରେ ସୁସ୍ଥ ହେବାର ଏକ ବର୍ଷ ପରେ ମାନସିକ ବାର୍ଦ୍ଧକ୍ୟ ଲକ୍ଷଣ ଦେଖା ଯାଇଥିଲା । ଗୁରୁତର କୋଭିଡ ରୋଗୀମାନେ ସୁସ୍ଥ ହେବା ପରେ କିଛି କହିବା ବେଳେ ହଠାତ୍ ଚୁପ୍ ହୋଇ ଯାଆନ୍ତି କାରଣ ସେମାନେ ପରବର୍ତ୍ତୀ ଶବ୍ଦଗୁଡ଼ିକୁ ଭୁଲିଯାଆନ୍ତି |
ବ୍ରିଟେନରେ ପ୍ରାୟ 17 ଲକ୍ଷ ସୁସ୍ଥ ହୋଇ ସାରିଥିବା କୋଭିଡ ରୋଗୀ ଏହି ଭଳି ମାନସିକ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ। ଏହାପରେ ବିଜ୍ଞାନୀମାନେ କରୋନା ଭୂତାଣୁର ଦୀର୍ଘକଲିଂ ପ୍ରଭାବକୁ ନେଇ କରିଥିଲେ ଗବେଷଣା । ଭାରତରେ ଏହାକୁ ନେଇ କୌଣସି ଗବେଷଣା ହୋଇ ନାହିଁ । କିନ୍ତୁ କରୋନା ଆକ୍ରାନ୍ତ ବ୍ଯକ୍ତି ଏବେଠୁ ନିଜ ମସ୍ତିଷ୍କର ଅବସ୍ଥା ଓ ମାନସିକ ସ୍ବାସ୍ଥ୍ୟ ପ୍ରତି ସଚେତନ ହୋଇଯିବା ଭଲ ।