ଅର୍ଗସ ବ୍ୟୁରୋ: ପୁଣି ଡରାଇଲା କରୋନା । ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଭାରତରେ ୧ ହଜାର ୧୩୪ ନୂଆ କୋରୋନା ମାମଲା ରେକର୍ଡ କରାଯାଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ଏବେ ୭ ହଜାର ୨୬କୁ ବୃଦ୍ଧି ପାଇଛି ।
ସେହିପରି ୫ ଜଣଙ୍କ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫୩ ଲକ୍ଷ ୮ ହଜାର ୯୧୩କୁ ବୃଦ୍ଧି ପାଇଛି । ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, କେରଳ ଓ ମହାରାଷ୍ଟ୍ରରେ ଜଣେ ଲେଖାଏଁ କୋଭିଡରେ ପ୍ରାଣ ହରାଇଛନ୍ତି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି କୋଭିଡି ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଅଧିକ ଭାରତ ଖବର ପଢ଼ନ୍ତୁ