ସୂଚନା ଅନୁଯାୟୀ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଲକ୍ଡାଉନ୍ ଅବଧିକୁ ପୁଣି ବଢାଇ ଦେଇଛନ୍ତି। ଏହି ଅବଧି ୧୭ ମେକୁ ବୃଦ୍ଧି କରିଛନ୍ତି ୟୁପି ସରକାର।
କରୋନାଭାଇରସର ଦ୍ୱିତୀୟ ତରଙ୍ଗର ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। ସବୁ ରାଜ୍ୟ ଏବେ ଯେଉଁ ଚିନ୍ତାଜନକ ସ୍ଥିତି ଦେଇ ଗତି କରୁଛନ୍ତି, ତେବେ ଯେଉଁ ସବୁ ନିୟମ ଲାଗୁ ହୋଇଛି ଏହାକୁ ପାଳନ କରିବା ନିହାତି ଭାବେ ଆବଶ୍ୟକ ହୋଇପଡୁଛି।