କରୋନା ତୃତୀୟ ଲହର ଡ଼ର, ପିଏମଓକୁ ଗଲା ଫାଇଲ

ଅର୍ଗସ୍ ବ୍ୟୁରୋ : କରୋନା ଡ଼ରରେ ସନ୍ତୁଳି ହେଉଥିବା ବିଶ୍ୱ ଏବେ କରୋନାର ୩ୟ ଲହରକୁ ସାମ୍ନା କରିବାକୁ ଯାଉଛି। ରିପୋର୍ଟ ମୁତାବକ ଅକ୍ଟୋବର ସୁଦ୍ଧା ଏହା ଭାରତ ଛୁଇଁପାରେ। ଫଳରେ ମହମାରୀ କରୋନାର ତୃତୀୟ ଲହର ଡ଼ର ଏବେ ଭାରତକୁ ଡରାଇବା ଆରମ୍ଭ କଲାଣି।
ଆକଳନ କରାଯାଉଛି କି ସେପ୍ଟେମ୍ବରରେ ଏହି ତୃତୀୟ ଲହରର ଆରମ୍ଭ ହେବ। ଯାହା ଅକ୍ଟୋବରରେ ସର୍ବୋଚ୍ଚ ସ୍ତର ବା ପିକ୍ରେ ପହଞ୍ଚିବ। ଏନଆଇଡିଏମ ଅଧୀନରେ ଗଠିତ କମିଟି ଏପରି ଆଶଙ୍କା କରି ରିପୋର୍ଟ ପ୍ରକାଶ କରିଛି।
ଏହି ରିପୋର୍ଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠା ଯାଇଛି। କମିଟି କହିଛି ଯେ ଅକ୍ଟୋବର ମାସରେ କରୋନାର ତୃତୀୟ ଲହର ପିକ୍ରେ ରହିବାର ଆଶଙ୍କା ଥିବାରୁ ମେଡିକାଲ ଭିତ୍ତିଭୂମିକୁ ଗୁରୁତ୍ୱ ଦେବାକୁ ପଡ଼ିବ। ବିଶେଷ କରି ତୃତୀୟ ଲହର ଛୋଟ ପିଲାଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ। ତେଣୁ ଏଥିପ୍ରତି ସମସ୍ତଙ୍କୁ ସତର୍କ ରହିବାକୁ ହେବ। ଏକାଧିକ ରୋଗରେ ପୀଡ଼ିତ ଥିବା ଛୋଟ ପିଲାଙ୍କ ଟିକାକରଣକୁ ଅଧିବ ଗୁରୁତ୍ୱ ଦିଆଯାଉ ବୋଲି ଏବେ ଦାବି କରାଯାଉଛି।
Download Argus News App
