
ନୂଆଦିଲ୍ଲୀ : କୋରୋନା ପ୍ରକୋପରେ ସାରା ବିଶ୍ଵ। ଚୀନର ଉହାନରୁ ଜାତ ହୋଇଥିବା କୋରୋନା ଭୂତାଣୁରେ ସାରା ବିଶ୍ଵରେ ୧,୩୨,୫୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ଏଯାଏଁ ୫ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ଏହି କ୍ରମରେ ଭାରତରେ ୮୫ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ମୁତାବକ ୮୫ଟି ସଂକ୍ରମିତ ମାମଲା ମଧ୍ୟରୁ ୧୦ ଜଣ ଚିକିତ୍ସା ସରିଛି। ଏବେ ବଳକା ୭୩ ଜଣଙ୍କ ଚିକିତ୍ସା ଚାଲିଛି।
ଭାରତରେ କୋରୋନା ଭୂତାଣୁରେ ସଂକ୍ରମିତ ହୋଇ ପ୍ରଥମ ମୃତକ ହେଉଛନ୍ତି କର୍ଣ୍ଣାଟକର ଜଣେ ୭୬ ବର୍ଷୀୟ ବୃଦ୍ଧ। ସେହିପରି ଦ୍ଵିତୀୟ ମୃତକ ଜଣଙ୍କ ହେଉଛନ୍ତି ଦିଲ୍ଲୀର ୬୯ ବର୍ଷୀୟା ଜଣେ ବୃଦ୍ଧା। କୋରୋନା ଭୂତାଣୁ ଲକ୍ଷଣ ଦେଖାଯିବା ପରେ ଉକ୍ତ ମହିଳାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଭାରତରେ ଏଯାଏଁ ଚିହ୍ନଟ ହୋଇଥିବା କୋରୋନା ଭୂତାଣୁ ସଂକ୍ରମିତ ୮୫ଟି ମାମଲା ଦିଲ୍ଲୀ- ୭ ହରିୟାଣା- ୧୪ କେରଳ- ୧୯ ରାଜସ୍ଥାନ- ୩ ତେଲେଙ୍ଗାନା- ୧ ଉତ୍ତରପ୍ରଦେଶ-୧୧ ଲଦ୍ଦାଖ-୩ ତାମିଲନାଡୁ-୧ ଜାମ୍ମୁ କାଶ୍ମୀର- ୧ ପଞ୍ଜାବ-୧ କର୍ଣ୍ଣାଟକ- ୬ ମହାରାଷ୍ଟ୍ର-୧୭ ଆନ୍ଧ୍ରପ୍ରଦେଶ-୧
