ନୂଆଦିଲ୍ଲୀ: ସରକାର ଜାରି କଲେ 31ଲ୍ୟାବର ଲିଷ୍ଟ । ଏହି ଲ୍ୟାବ୍ ମାନଙ୍କରେ କୋରୋନା ଟେଷ୍ଟ କରାଯିବ । ତେବେ ଏହା ପୂର୍ବରୁ ପ୍ରଥମେ 13 ଟି ଲ୍ୟାବ୍ରେ କୋରୋନାର ଟେଷ୍ଟ ଚାଲିଥିଲା । ଆଜି ଆହୁରି 18 ଟି ଲ୍ୟାବ୍ରେ ଯାଞ୍ଚ ସୁବିଧା ଆରମ୍ଭ ହୋଇଛି । ସରକାରଙ୍କ ତରଫରୁ ଜାରି କରାଯାଇଥିବା ଲିଷ୍ଟ ଅନୁସାରେ ଦିଲ୍ଲୀର ଏମ୍ସ, ଲକ୍ଷ୍ନୌର କେଜିଏମୟୁ, ଜୟପୁରର ଏସଏମଏସ, କୋଲକତାର ଏନଆଇସିଇଡି, ଗୁଓ୍ୱାହାଟିର ଜିଏମଟି, ନାଗପୁରର ଆଇଜିଜିଏମସି, ମୁମ୍ବାଇର କସ୍ତୁରବା ମେଡିକାଲ କଲେଜ, ଅହମ୍ମଦାବାଦର ବିଜେ ମେଡିକ କଲେଜ, ସିକନ୍ଦରବାଦର ଗାନ୍ଧୀ ମେଡିକାଲ କଲେଜ, ବେଙ୍ଗାଲୁରର ବିଏମସିଆରଆଇ ଏବଂ ଏନଆଇବିର ଫିଲ୍ଡ ୟୁନିଟ୍, ଚେନ୍ନେଇର କେଆଇପିଏମଆର ଏବଂ ଅଲାପୁଜ୍ଜହାର ଏନଆଇବି ଫିଲ୍ଡ ୟୁନିଟ୍ରେ ଯାଞ୍ଚର ସୁବିଧା ଅଛି । ଏହା ବ୍ୟତିତ ଆଜି ଶ୍ରୀନଗରରେ ମଧ୍ୟ କୋରୋନା ସମ୍ବନ୍ଧିୟ ଯାଞ୍ଚର ସୁବିଧା ଆରମ୍ଭ ହୋଇଛି ।
କୋରୋନା ଭାଇରସ୍ ଯୋଗୁ ସେଣ୍ଟ୍ରାଲ ଫୋର୍ସ ଦ୍ୱାରା ହୋଲି ମିଳନର ସମାରୋହକୁ ରଦ୍ଦ କରାଯାଇଛି । ଏପଟେ ଦିଲ୍ଲୀ ସରକାର କୋରୋନା ଭାଇରସକୁ ମଧ୍ୟନଜରରେ ରଖି ସମସ୍ତ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଇଛନ୍ତି । ଏନେଇ ସମସ୍ତ ବିଭାଗକୁ ଆଦେଶ ଜାରି କରାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ଉପସ୍ଥିତି ଅସ୍ଥାୟୀ ଭାବେ ରେଜିଷ୍ଟରରେ ଚଢା ଯିବ । ଏଥିସହିତ ତାଜମହଲ ସହିତ ବିଭିନ୍ନ ସ୍ମାରକୋକୁ ବନ୍ଦ କରିବା ପାଇଁ ଦାବି କରାଯାଇଛି ।
