ବିନା ଭକ୍ତରେ ଗଡିଲା ରୁକୁଣା ରଥ
ନୂଆଦିଲ୍ଲୀ: କୋଭିଡ୍ ଟିକା ନେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌ ସ୍ଥିତ ସିଭିଲ୍ ହସ୍ପିଟାଲରେ ସେ ପ୍ରଥମ ଡୋଜ୍ ନେଇଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ କରୋନ ଟିକା ମଧ୍ୟ ସମସ୍ତେ ନେବା ପାଇଁ କୁହାଯାଉଛି ।
ଭାରତୀୟ ଟିକା ସୁରକ୍ଷିତ ଓ ଟିକା ନେବାକୁ ଆଗେଇ ଆସିବା ପାଇଁ ଅନ୍ୟମାନଙ୍କୁ ଅପିଲ୍ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଟିକା ନେବା ପରେ ବି ସତର୍କତା ଓ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏଥିସହ ବୈଜ୍ଞାନିକ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ଚାଲିଛି ।