ଅର୍ଗସ ବ୍ୟୁରୋ: ଜାପାନୀ ଉପକୂଳରେ ଅଟକିଥିବା ଡାଇମଣ୍ଡ ପ୍ରିନ୍ସସେସ ରେ ଆହୁରି 4 ଜଣ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତେବେ ଏହାକୁ ମିସାଇ 12ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ପୂର୍ବରୁ 8 ଜଣ ସଂକ୍ରମିତ ହୋଇଥିଲେ । ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ମିଳିଛି । ତେବେ ଯେଉଁମାନେ କୋରୋନାରେ ସଂକ୍ରମିତ ନୁହଁନ୍ତି ସେମାନଙ୍କୁ ଘରକୁ ପଠାଇଦିଆଯିବା ନେଇ ବନ୍ଦୋବସ୍ତ କରାଯାଉଛି ।
ସଂକ୍ରମିତ 12 ଜଣଙ୍କର ଚିକିତ୍ସାରେ ବ୍ୟାପକ ପରିବର୍ତ୍ତନ ଆସୁଛି ବୋଲି ସୂଚନା ଦେଇଛି ଭାରତୀୟ ଦୂତାବସ । ଏଥିସହିତ ଜାପାନୀ ଅଥୋରିଟି ଜାହାଜରେ ଥିବା ସମସ୍ତଙ୍କର ନମୁନା ନେଇଛନ୍ତି, ଯାହାର ପରୀକ୍ଷା ଚାଲିଛି । ଏହି ସମସ୍ତ ରିପୋର୍ଟ 25ରୁ 26 ଫେବ୍ରୁଆରୀ ମଧ୍ୟରେ ଆସିଯିବ । ଏଥିସହିତ ଜାହାଜରେ ଉପସ୍ଥିତ ଥିବା ଜଣେ 80 ବର୍ଷିଆ ଜାପାନୀ ବ୍ୟକ୍ତିଙ୍କ ମୃତ୍ୟ ଘଟିଛି । ଉକ୍ତ ବ୍ୟକ୍ତିଙ୍କୁ କୋରୋନା ସଂକ୍ରମିତ ହେବା ପୃଷ୍ଟି ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

