ସମଗ୍ର ବିଶ୍ୱରେ ଘାତକ ସାଜିଥିବା ମହାମାରୀ କରୋନା ଏବେ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି । ସମଗ୍ର ବିଶ୍ୱକୁ ଗ୍ରାସ କରିଥିଲେ ମଧ୍ୟ କମିବାର ନା ଧରୁ ନାହିଁ । ଏହି ଶକ୍ତିଶାଳୀ ଭୂତାଣୁକୁ ମାରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନଥିବାରୁ କରୋନା ରାଜ କରୁଛି ସମଗ୍ର ବିଶ୍ୱରେ । ତେବେ ଏହି କରୋନା ଭାଇରସ କେଉଁଠି କେତେ ଦିନ ବଂଚି ରହିପାରେ । ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କରୋନା ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଭାଇରସ ପ୍ଲାଷ୍ଟିକ ଓ ଷ୍ଟିଲ ଜିନିଷରେ ତିନିଦିନ ବା 72 ଘଣ୍ଟା ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ । ପ୍ଲାଷ୍ଟିକ ଓ ଷ୍ଟିଲ ପାତ୍ରରେ ଲାଗିଥିବା ଭାଇରସ କ୍ରମେ କ୍ରମେ ଦୁର୍ବଳ ହୋଇଯାଏ ଏବଂ ମଣିଷ ଶରୀରରେ ପ୍ରବେଶ କଲେ ମଧ୍ୟ ବିଶେଷ ଶକ୍ତିଶାଳୀ ହୋଇପାରେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେମାନେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସତର୍କ କରାଇଦେଇଛନ୍ତି ଯେ, ଏହି ଭାଇରସ ବାୟୁମଣ୍ଡଳରେ ରହିପାରେ । ଗତ ମଙ୍ଗଳବାର ଦିନ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନରେ ପ୍ରକାଶିତ ଏକ ଗବେଷଣାତ୍ମକ ନିବନ୍ଧରେ କୁହାଯାଇଛି ଯେ ଏହି ଭାଇରସ କାର୍ଡବୋର୍ଡରେ ଏକ ଦିନ ବା 24 ଘଣ୍ଟା ପର୍ଯ୍ୟନ୍ତ ବଂଚି ପାରୁଛି ।
କିନ୍ତୁ ତମ୍ବା ଉପରେ ମାତ୍ର 4 ଘଣ୍ଟା ବଂଚିପାରୁଛି ବୋଲି ଗବେଷକମାନେ କହିଛନ୍ତି । ତେଣୁ କୌଣସି ପାର୍ସଲ ବା କାଗଜରେ ପ୍ୟାକିଂ ହୋଇଥିବା ଜିନିଷରେ ଅତି ଦୁର୍ବଳ ଭାଇରସ ରହିଥାନ୍ତି ଯଦି ପାର୍ସଲ ଦେଉଥିବା ଲୋକଙ୍କର କାଶ କିମ୍ବା ଛିଙ୍କ ହେଉନଥାଏ, ତାହେଲେ ଏହା ସଂକ୍ରମିତ ହେବାର ସମ୍ଭାବନା କମ । ଖାଉଟି ଦୋକାନ ଓ ରେଷ୍ଟୁରାଣ୍ଟରେ ଦିଆଯାଉଥିବା ପ୍ୟାକେଟ ଓ ବ୍ୟାଗ ଦ୍ୱାରା ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ଭାରଜିନିଆର ବିଶିଷ୍ଟ ସଂକ୍ରାମକ ରୋଗ ଡାକ୍ତର ଲିନସେ ମାର କହିଛନ୍ତି ।
ତେବେ ଏଥିପ୍ରତି ସମସ୍ତେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଯଦି ଲୋକେ ସଚେତନ ହେବେ, ତେବେ ଖାଦ୍ୟ ପଟେକଗୁଡିକୁ ସକ୍ରମଣ ମୁକ୍ତ କରିବା ଦରକାର । ସେହିପରି ସ୍ୱାସ୍ଥ୍ୟକର୍ମୀମାନେ ସ୍ପେଦ୍ୱାରା ନିଜର ଶରୀରକୁ ସଂକ୍ରମଣମୁକ୍ତ କରିବା ଦରକାର । ତେବେ ଏହା ବାୟୁରୁ ସୃଷ୍ଟି ହୁଏ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅପରକ୍ଷେ ସିଙ୍ଗାପୁରରୁ ପ୍ରକାଶ ପାଉଥିବା ଜାମା ନାମକ ଏକ ପତ୍ରିକାରେ ମାର୍ଚ୍ଚ 4 ତାରିଖରେ ଏହା ବାୟୁବାହିତ ରୋଗ ବୋଲି ପ୍ରକାଶ ପାଇଥିଲା । କୋରୋନା ଭାଇରସ ବାୟୁରେ ଗତିକରି ପାରେ । ମାତ୍ର ବାୟୁମଣ୍ଡଳରେ ଏହା ଅତିବେଶିରେ ଅଧଘଣ୍ଟାଏ ପାଇଁ ବଂଚି ପାରିବ ବୋଲି ସମସ୍ତେ ଏକମତ ହୋଇଛନ୍ତି । ବାୟୁମଣ୍ଡଳରେ ଏହା ବେଶିସମୟ ବଂଚିପାରୁନଥିବାରୁ, ଏହାର ପ୍ରଭାବ ଖୁବ କମ ରହିଥାଏ । ମାତ୍ର ଦୁର୍ବଳ ଓ ବୃଦ୍ଧ ଲୋକଙ୍କୁ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି । ଅପରପକ୍ଷେ ସଂକ୍ରମିତ ଲୋକଙ୍କୁ ଯେଉଁ ପଦ୍ଧତିରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଚିକିତ୍ସା କରୁଛନ୍ତି, ସେମାନେ ସ୍ପେକରି ନିଜର ପୋଷାକପତ୍ର ଓ ଶରୀରକୁ ଭୂତାଣୁମୁକ୍ତ କରିବା ଦରକାର ।
ଯଦି କୌଣସି ରୋଗୀକୁ ଗୁରୁତର ନିମୋନିଆ ହୋଇଥିବା ଜଣାପଡିଲା, ତାହେଲେ ତାଙ୍କୁ ତୁରନ୍ତ ଇନକ୍ୟୁବେଟରରେ ରଖିବା ଜରୁରୀ ବୋଲି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଆଲର୍ଜି ଆଣ୍ଡ ଇନଫେକ୍ସିୟସ ଡିଜିଜ ଭାଇରୋଲୋଜିର ଡକ୍ତର ଭିନସେଣ୍ଟ ମନଷ୍ଟର କହିଛନ୍ତି । ସ୍ୱାସ୍ଥ୍ୟକର୍ମୀମାନେ ନିଜର ସୁରକ୍ଷା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରୁଛନ୍ତି, ସେଗୁଡିକୁ ମଧ୍ୟ ସଂକ୍ରମଣରୁ ମୁକ୍ତ ରଖିବା ଦରକାର । କାରଣ ସେମାନେ ବାହାରକୁ ଆସିବା ପରେ, ଗ୍ଲୋବ୍ସ, ମାସ୍କ, ପୋଷାକ ଆଦିରେ ଲାଗିଥିବା ଛୋଟବଡ ଡ୍ରପଲେଟଗୁଡିକ ବାୟୁମଣ୍ଡଳରେ ପ୍ରବେଶ କରିବେ । ସିଗାରେଟ ଖାଉଥିବା ଲୋକପାଖରେ ଥିବା ଅନ୍ୟ ବ୍ୟକ୍ତିକୁ ଯେପରି ବିଳମ୍ବରେ ହେଉ ବା ଶୀଘ୍ର ହେଉ ଧୂଆଁ ଯାଏ, ଠିକ୍ ସେହିପରି ଏହି ଭାଇରସ ବାୟୁରେ ଯାଇପାରେ । ମାତ୍ର ଦୂରରେ ରହିଥିବା ବ୍ୟକ୍ତିଙ୍କ ପାଖକୁ ଯାଇପାରିବ ନାହିଁ ବୋଲି ବିଶେଷଜ୍ଞାମାନେ କହିଛନ୍ତି । ତେବେ ଏହି ଭୂତାଣୁ ଶତକଡା 40 ଭାଗ ଆଦ୍ରତା ଥିବା ବାୟୁମଣ୍ଡଳରେ ଦୀର୍ଘ ସମୟ ବଂଚିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଅର୍ଗସ ବ୍ୟୁରୋ : ବିଶ୍ୱକପ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯାଇଛି । ଆଜିର ମ୍ୟାଚରେ ଭାରତ ପ୍ରଥମେଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ଦଳ ୨୭୬ ରନରେ ଅଲଆଉଟ ହୋଇଯାଇଛି । ଭାରତ ଆଗରେ ୨୭୭ ରନର ଟାର୍ଗେଟ ରହିଛି ।
ଅଧିକ ପଢନ୍ତୁ : ବିଶ୍ୱକପ ପୂର୍ଵରୁ ଭାରତ ଅଷ୍ଟ୍ରେଲିଆ ମୁହାଁ ମୁହିଁ
ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର ୫୨, ଜୋସ ଇଂଗଲିସ ୪୫ ଓ ଷ୍ଟିଭ ସ୍ମିଥ ୪୧ ରନ କରିଥିଲେ । ଫଳରେ ୫୦ ଓଭରରେ ୨୭୬ ରନ କରି ଅଲଆଉଟ ହୋଇଯାଇଥିଲା ଅଷ୍ଟ୍ରେଲିଆ ଦଳ । ଭାରତ ପକ୍ଷରୁ ମହମ୍ମଦ ସାମିଙ୍କୁ ୫, ବୁମରାହ, ଅଶ୍ୱିନୀ ଓ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।
ଅର୍ଗସ ବ୍ୟୁରୋ : ଲୋୟର ପିଏମଜିରେ ସରପଞ୍ଚ ଓ ସଭ୍ୟଙ୍କ ଧାରଣା । ରାଜ୍ୟର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ରାଜ୍ୟରେ କୋଭିଡ ସମୟରେ ସବୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ ଆଖ୍ୟା ଦିଆଯାଇଥିଲା । ସବୁ କାର୍ଯ୍ୟରେ ଭାଗିଦାରୀ ରହିଥିଲେ । କିନ୍ତୁ ଏବେ ସରପଞ୍ଚଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୧୨ ଦଫା ଦାବିରେ ଧାରଣା ଦେଇଛି ସରପଞ୍ଚ ସଂଘ । ସେପଟେ ଗାଁରେ ସରପଞ୍ଚଙ୍କ ପରି ସଭ୍ୟଙ୍କୁ ଲୋକଙ୍କ ଭୋଟ ମିଳିଥିଲେ ବି ମାନ୍ୟତା ମିଳିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ସମିତି ସଭ୍ୟ ।
ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣ ପତ୍ର ଓ ରେକର୍ଡ଼ରେ ସମିତି ସଭ୍ୟଙ୍କ ସ୍ବାକ୍ଷର ରହିବାର ବ୍ୟବସ୍ଥା ସହିତ, ପ୍ରତି ପଞ୍ଚାୟତରେ ସମିତି ସଭ୍ୟଙ୍କ ପାଇଁ ଅଫିସ ଗୃହ ଓ ନାମ ଫଳକ ତାଲିକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସଭ୍ୟମାନେ । ଏହା ସହିତ କାର୍ଯ୍ୟକାଳର ୫ ବର୍ଷ ପରେ ଅବସରକାଳୀନ ମାସିକ ୧୦ ହଜାର ଟଙ୍କା ଭତ୍ତା ଦାବି କରିଛନ୍ତି ସମିତି ସଭ୍ୟ ।
ଅର୍ଗସ ବ୍ୟୁରୋ : ପ୍ରତିବାଦ ଓ ନାରାରେ ଥରିଲା ଲୋୟର ପିଏମଜି । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସାରା ରାଜ୍ୟର ଅଙ୍ଗନବାଡି କର୍ମୀ । ୫୦୦ କି ୬୦୦ ନୁହେଁ ପାଖାପାଖି ୫୦୦୦ ଅଙ୍ଗନବାଡି କର୍ମୀଙ୍କ ପ୍ରତିବାଦରେ କମ୍ପିଲା ରାଜଧାନୀ । ନିଜର ହକ୍ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବିଧାନସଭା ଘେରାଓର ଆହ୍ୱାନ ରାଜଧାନୀ ପାଣିପାଗରେ ଉଷ୍ମତା ଭରି ଦେଇଥିଲା । ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବି ପୁରଣ କରିବା ଦିଗରେ ସମ୍ପୂର୍ଣ ବିଫଳ ହେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିଜେ ନିଜର ଲିଖିତ ପ୍ରତିଶୃତି ପାଳନ କରୁନାହାନ୍ତି ତେଣୁ ବାଧ୍ୟ ହୋଇ ସାରାରାଜ୍ୟରୁ ହଜାର ହଜାର ସଂଖ୍ୟାରେ କର୍ମୀ ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀ ମାନେ ବିଧାନ ସଭା ଘେରାଓ ପାଇଁ ବାହାରିଥିଲେ । ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ଏଥି ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି । ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀର ମାନ୍ୟତା ମଧ୍ୟ ଦିଆଯାଉ ଓ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।
ସେପଟେ ଏହି ସମାନ ଦାବି ଏମାନେ ଦୀର୍ଘଦିନ ହେବ କରି ଆସୁଥିବା ବେଳେ ରାଜ୍ୟ ସରକାର ନୂଆ ତାରିଖ ଓ ନୂଆ ପ୍ରତିଶୃତି ଦେଇ ତାଙ୍କ ସହ ପ୍ରତାରଣା କରୁଥିବାର ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ । ୧୯୭୫ ମସିହା ଅକ୍ଟୋବର ୨ ତାରିଖ ଠାରୁ ପ୍ରାରମ୍ଭ ହୋଇଥିବା ଏହି ସମନ୍ବିତ ଶିଶୁ ବିକାଶ ଯୋଜନା (ICDS ) ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସ୍ଥାୟୀ ହୋଇ ପାରିଲା ନାହିଁ । ମାତ୍ର ୬ ଟି ସେବା ପାଇଁ ପ୍ରାରମ୍ଭ ହେଇଥିବା ଏହି ଯୋଜନା ଟି ୬୦ ଟି କାମରେ ପହଞ୍ଚି ସାରିଲାଣି,କାମ ବଢୁଛି ହେଲେ ପାରିଶ୍ରମିକ ଯାହାକୁ ସେଇଆ । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ ।
ଅଙ୍ଗନୱାଡି କର୍ମଚାରୀ ଟିଏ ୪୦ ବର୍ଷ ଚାକିରି କରି ଅବସର ନେଲାପରେ ରାଜରାସ୍ତାରେ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଛି । ଗୋଟିଏ ପଟେ ସରକାର ପୁରସ୍କାର ପାଉଥିବା ବେଳେ ଅନ୍ୟ ପଟେ ଯୋଜନାର ମୁଖ୍ୟ ଉଦେଶ୍ୟ ଯାହାଥିଲା ଆଜି ତାହା ଦିଗହରା । ସରକାରଙ୍କ ଭୋଟ ବ୍ୟାଙ୍କ ରାଜନୀତିରେ ଅଙ୍ଗନୱାଡି କର୍ମୀଙ୍କ ନାର୍ଯ୍ୟ ଅଧିକାର ପାଇବାର ଆଶା ଆଜି ମଉଳି ଯାଉଛି । ସରକାରଙ୍କୁ ଅନ୍ତିମ ଚେତାବନୀ ସ୍ବରୂପ ଆଜିର ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏହା ପରେ ସରକାର ଯଦି ଦାବୀ ପୁରଣ କରିବା ଦିଗରେ ଉଚିତ ପଦକ୍ଷେପ ନନିଅନ୍ତି ତାହେଲେ ଯାହା ଅସୁବିଧା ହେବ ସରକାର ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି କର୍ମୀ ।