NVS-୦୧ର ସଫଳ ଉତ୍କ୍ଷେପଣ
କୋରୋନା ଭାଇରସ୍ ଆତଙ୍କ: ଇ-ଭିସା ସୁବିଧା ରଦ୍ଦ କଲା ଭାରତ
ଅର୍ଗସ ବ୍ୟୁରୋ: ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ୍ର ଆତଙ୍କ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଚୀନ୍ ନାଗରୀକ ଓ ଚୀନ୍ରେ ରହୁଥିବା ବିଦେଶୀମାନଙ୍କ ପାଇଁ ଇ-ଭିସା ସୁବିଧା ରଦ୍ଦ କରିଦେଇଛନ୍ତି ।
ଏଠି କହି ରଖୁଛୁ ଯେ, ଭାରତୀୟ ଯାତ୍ରୀଙ୍କ ଦ୍ୱିତୀୟ ବ୍ୟାଚ୍କୁ ଚୀନ୍ରୁ ଆଣି ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ରବିବାର ଦିନ ସକାଳେ ଦିଲ୍ଲୀରେ ପହଞ୍ଚିଛି । ଏହି ଫ୍ଲାଇଟ୍ରେ 330 ଲୋକଙ୍କୁ ଦିଲ୍ଲୀ ଅଣାଯାଇଛି । ଏଥିରେ 323 ଭାରତୀୟଙ୍କ ବ୍ୟତିତ ମାଳଦୀପର 7 ନାଗରୀକ ସାମିଲ ଅଛନ୍ତି ।
Download Argus News App
